ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି l

(AKN NEWS): ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ବଚ୍ଛତା ପକ୍ଷ ଜିଲ୍ଲା ସ୍ତରରେ ପାଳନ କରାଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା | ଏହି ସ୍ବଚ୍ଛତା ପକ୍ଷ ପାଳନ ଉପଲେକ୍ଷ ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଚିକିତ୍ସଳୟର ସ୍ୱଚ୍ଛତା ପାଇଁ ଏକଜୁଟ ହୋଇଥିଲେ ଉତ୍କକାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ|
ଜିଲ୍ଲାରେ ସମସ୍ତ ୧୭ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧୯୪ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଏବଂ ୫ଟି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ମଧ୍ୟ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୁପଭାନୁ ଏହି ଦିବସଟିକୁ ଜିଲ୍ଲାର ସବୁଠାରେ ସୁପରିଚାଳନା କରିଥିବା ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଆଶାକର୍ମୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି | ଏଥିସହିତ ଅନେକ ସ୍ବଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ହାତକୁନିଆଯାଇଛି l ଗଛ ଲଗାଇବା, ଜନସଚେତନା କାର୍ଯ୍ୟକ୍ରମ, ରୋଗୀ ମାନଙ୍କ ପରିଷ୍କାର ପରିଚ୍ଛନ୍ନତା, ଡାକ୍ତର ଖାନାର ପାରିପାର୍ଶିକ ପରିବେଶକୁ ସୁସ୍ଥ ରଖିବା ସହିତ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


