ଓଡିଶା ଖବରଜିଲ୍ଲା

ପୁରୀ ରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ ୩/୧୦ ଦୁର୍ଗାପୂଜା ଓ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ପର୍ବ ହୋଇଥିବାରୁ ପ୍ରତ୍ୟେକ ଶୃଙ୍ଖଳା ର ସହ ଏହାକୁ ପରିଚାଳନା କରିବାକୁ ଅନୁରୋଧ କରିଥିଲେ।ଗତବର୍ଷ ମାନଙ୍କ ପରି ସମସ୍ତ ଙ୍କ ସହଯୋଗ ରେ ପୂଜା ଓ ଭସାଣୀ ଶୃଙ୍ଖଳିତ ଓ ଭାଇଚାରାର ସହ ସମ୍ପର୍ଣ୍ଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଅନୁରୋଧ କରିଥିଲେ।

ବୈଠକ ର ନିଷ୍ପତ୍ତି ଅନୁସାରେ ଦଶହରା ଅକ୍ଟୋବର ୧୩ ତାରିଖରେ ଓ ଭସାଣୀ, ଗୋଷାଣୀ ଯାତ୍ରା ଉତ୍ସବ ୧୪ ତାରିଖରେ ଅନୁଷ୍ଠିତ ହେବ। ଅକ୍ଟୋବର ୯ ତାରିଖରେ ମହାସପ୍ତମୀ, ୧୦ ତାରିଖରେ ମହାଷ୍ଟମୀ, ୧୧ ତାରିଖରେ ନବମୀ ଅନୁଷ୍ଠିତ ହେବ। ପୂଜା ସମୟରେ ପ୍ରତ୍ୟେକ ପୁଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ଠାରୁ ବିଦ୍ୟୁତ ଯୋଗାଣ, ଅଗ୍ନି ନିର୍ବାପକ, ତୋରଣ ନିର୍ମାଣ, ମାଇକ ବ୍ୟବହାର,ମଣ୍ଡପ ସ୍ଥାନ ଇତ୍ୟାଦି ର ଅନୁମତି ନେବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ ନ କରିବା, ସ୍ୱଛତା ବ୍ୟବସ୍ଥା କରିବେ।କୌଣସି ପୂଜା କମିଟି ବାଣ ଫୁଟାଇବେ ନାହିଁ।ଭସାଣୀ ଦିନ ସିଂହଦ୍ୱାର ଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ। ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ପୌର ପାଳିକା ପକ୍ଷରୁ ପ୍ରସ୍ତୁତ ଶ୍ରୀ ସେତୁ ନିକଟ ମୂଷା ନଈର ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ।ରାସ୍ତା ଘାଟରେ, ବିସର୍ଜନ ସ୍ଥଳରେ ମୁନିସିପାଲ୍ଟି ପକ୍ଷରୁ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା,ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ମାନେ କରିବାକୁ ଅନୁରୋଧ କରାଗଲା।ପୂଜା କମିଟି ମାନେ ଶୃଙ୍ଖଳାରକ୍ଷା ଓ ସୁରକ୍ଷା ପାଇଁ ସ୍ୱଛାସେବୀ ନିୟୋଜନ କରିବା,ସି ସି ଟିଭି ଲଗାଇବା, ପୂଜା କମିଟି ର ସ୍ୱଛାସେବୀ ଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବା କୁ ଅନୁରୋଧ କରାଯାଇଥିଲ |

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,
ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ସିଡିଏମଓ ଡା ରୂପଭାନୁ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ତହସିଲଦାର ଅଭିଷେକ ଦାଶ,ଶ୍ରୀକ୍ଷେତ୍ର ଗୋଷାଣୀ କମିଟିର ସଭାପତି ଭଗବାନ ସୁଆର,ସମ୍ପାଦକ ଅନିରୁଦ୍ଧ ରାଉତ, ସଂଯୋଜକ ନରେନ୍ଦ୍ର ମହାନ୍ତି, ଆବାହକ ଶ୍ୟାମ ସୁନ୍ଦର ମହାପାତ୍ର, ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ଆଖଡା ଓ ଦୂର୍ଗାପୂଜା ମଣ୍ଡପ ର ସଭାପତି, ସମ୍ପାଦକ ଓ ବରିଷ୍ଠ କର୍ମକମର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!