
କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ରେ ଏମ୍ ଜି ଏନ୍ଆରଇଜିଏ ରେ ହୋଇଥିବା କାମର ବିଲ୍ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ସମୟରେ ବେଲପଡା ବ୍ଳକ ର କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ ଯେ ବେଲପଡା ବ୍ଳକ ଅନ୍ତର୍ଗତ କନ୍ଧେନଝୁଲା ଗ୍ରାମ ପଞ୍ଚାୟତ ର ମୀନକେତନ ଚହଁର ମନରେଗା ଯୋଜନା ଅନ୍ତର୍ଭୁକ୍ତ ଏକ କୂଅ ଖୋଲାଇ ଥିଲେ। ଏହା ର ପ୍ରାପ୍ୟ ପାଇବା ପାଇଁ ବାରମ୍ବାର ବ୍ଳକ କୁ ଆସୁଥିଲେ ମଧ୍ୟ ବିଲ୍ ହୋଇପାରୁନଥିଲା। ବେଲ ପଡ଼ା ବ୍ଳକ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ବିଲ୍ କରିବା ପାଇଁ ତାଙ୍କୁ ୧୫୦୦୦ ଟଙ୍କା ମାଗୁଥିଲେ। ଏହି ପରିପ୍ରେକ୍ଷୀରେ ଆଜି ମୀନକେତନ ଚହଁର, କନିଷ୍ଠ ଯନ୍ତ୍ରୀଙ୍କୁ ୭୦୦୦ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ମାଡି ବସିଥିଲା ଓ ହରେକୃଷ୍ଣ ସାହୁ ଙ୍କୁ ଲାଞ୍ଚ ନେଉଥିବା ସମୟରେ ହାତାହାତି ଧରିଥିଲା। ଭିଜିଲାନ୍ସ ବିଭାଗ ତାଙ୍କୁ ପଚରାଉଚରା କରି ବଲାଙ୍ଗିର ନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
