ପୁରୁଣାପଡ଼ା ପୋଖରୀ ର ଉନ୍ନତିକରଣ ପାଇଁ ଅଞ୍ଚଳ ତରଫରୁ ଭାରପ୍ରାପ୍ତ ନଗରପାଳ ଙ୍କୁ ଦାବୀ ପତ୍ର l

ଭବାନୀପାଟଣା(AKN NEWS): ଭବାନୀପାଟଣା ସହର ଅନ୍ତର୍ଗତ 14 ନମ୍ବର ୱାର୍ଡ ର ପୁରୁଣାପଡାରେ ଥିବା ପୋଖରୀର ପୁନରୁଦ୍ଧାର ନିମନ୍ତେ ବହୁବାର ଦାବୀ ପରେ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ କରଣ ପାଇ ଦେଢ ଲକ୍ଷ ଟଙ୍କା ମଞ୍ଜୁର ଚର୍ଚା ର ଖୋରାକ ଯୋଗାଇଥିଲା l କିନ୍ତୁ ତାହା କରା ନ ଯାଇ କେବଳ ପଙ୍କ ଉଦ୍ଧାର ଓ ଜଳ ନିଷ୍କାସନ ରେ 67 ଲକ୍ଷ ଟଙ୍କା ବ୍ୟୟ କରି ବିରାଟ ପୋଖରି କୁ ସଙ୍କୁଚିତ କରିବା ସହ ମୌତ କା କୁଆ ଭଳି ଅବସ୍ଥା ରେ ରଖି ନୀରବ ରହିଗଲେ l ଯାହାକି ଅଞ୍ଚଳ ଲୋକଙ୍କ ଗାଧୋଇବା,ବିବାହ, ମୃତାହତ ଦଶାହ କାର୍ଯ୍ୟ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି l ପୋଖରୀର ଚାରି ପଟେ ପଙ୍କ ମାଟି ପକା ଯାଇଥିବାରୁ ବର୍ଷାରେ ମାଟି ଧୋଇ ପୋଖରୀ ରେ ପୁନଃ ପୋତି ହେଉଛି l ପୁଣି ପୋଖରୀ ଦୁଇଟି ଭିତର କୁ ଯିବାର କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନାହିଁ l ଯାହାରି ଫଳରେ ପୋଖରୀ ବ୍ୟବହାର ଯୋଗ୍ୟ ହୋଇ ପାରୁ ନାହିଁ l ଏହି ପୋଖରି ଉପରେ ନିର୍ଭର କରୁଥିବା ପୁରୁଣାପଡା, ଶମ୍ଭୁନଗର, ହିଲ ଟାଉନ, ଶବର ପଡା, ଦେବାନ୍ ସାହେବ ପଡା ନିର୍ଭର କରୁଥିଲେ l ଏହି ସବୁ ଅଞ୍ଚଳର ଲୋକେ ସେବା ପାଇବାରୁ ବଞ୍ଚିତ ହୋଇ 3 କିମି ଦୂର ରେ ଥିବା ଆଶା ସାଗର ଉପରେ ନିର୍ଭର କରୁଛନ୍ତି l ଏ ସମ୍ପର୍କରେ ବାରମ୍ବାର ଖବର କାଗଜ ଓ ବିଦ୍ୟୁତିକ ଗଣ ମାଧ୍ୟମ ରେ ବି ପ୍ରକାଶ ପାଇଛି l ତଥାପି ବିଭାଗ ନିରବଦ୍ରଷ୍ଟା l ତେଣୁ ଲୋକଙ୍କ ସୁବିଧା ସକାଶେ ତୁରନ୍ତ ପୋଖରୀ ପରିଷ୍କାର ସହ ପାହାଚର ବ୍ୟବସ୍ଥା କରିବାକୁ ମନ୍ଦିର ସମୁହ ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଙ୍କ ନେତୃତ୍ୱ ରେ ଲଷ୍ମୀ ନାରାୟଣ ପଣ୍ଡା, କମ୍ବୁପାଣି ପରିଛା, ସୀତାକାନ୍ତ ପ୍ରଧାନ,ରବିନ୍ଦ୍ର ପ୍ରଧାନ, କାଉନ୍ସିଲର ପିଙ୍କି ରାଉତ,ସନ୍ତୋଷ ପ୍ରଧାନ ପ୍ରମୂଖ ଭାରପ୍ରାପ୍ତ ନଗରପାଳ ବିଷ୍ନୁ ଚରଣ ପ୍ରଧାନ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି l
ବ୍ୟୁରୋ ରିପୋର୍ଟ AKN NEWS


