ରାଜନୀତି

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସାଙ୍ଗକୁ ଜଳ କଷ୍ଟ ନେଇ ଗଡରା ମୁଣ୍ଡା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଲେ, ଜଳ ପାତ୍ର ରାଜପଥ ଉପରେ ଠୁଳ କରି ବିକ୍ଷୋଭ ପ୍ରଦର୍ଶନ

ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ସାଙ୍ଗକୁ ଜଳ କଷ୍ଟ ନେଇ ଗଡରା ମୁଣ୍ଡା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଲେ, ଜଳ ପାତ୍ର ରାଜପଥ ଉପରେ ଠୁଳ କରି ବିକ୍ଷୋଭ ପ୍ରଦର୍ଶନ

ନୂଆପଡ଼ା ଜିଲ୍ଲା ରେ ଗ୍ରୀଷ୍ମ ଲହରୀ ଅବ୍ୟାହତ ରହିଥିବା ବେଳେ ଜଳ କଷ୍ଟ ସାଧାରଣ ଜୀବନ ଯାତ୍ରାକୁ ଅଭିଶପ୍ତ ରେ ପରିଣତ କରୁଛି।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଳ କଷ୍ଟ ନେଇ ଗଡରାମୁଣ୍ଡା ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଚନ୍ତି। ଜଳ ପାତ୍ର ରାଜପଥ ଉପରେ ଠୁଳ କରି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଚକ୍ରାନ୍ତ କରି ଜଳ ଯୋଗାଣ ପ୍ରକଳ୍ପ ରୁ କେବୁଲ୍ ଚୋରି ଘଟଣା ନେଇ ପ୍ରତ୍ୟେକ ମାସ ରେ ୮/୧୦ ଦିନ ପାନୀୟ ଜଳ ଯୋଗାଣ ବ୍ୟାହତ ହୋଇଥାଏ। ତଥାପି ପ୍ରଶାସନ ଅଧିକାରୀ କିମ୍ବା ପଞ୍ଚାୟତ ପ୍ରତିନିଧି କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଆଜି ଗଡରା ମୁଣ୍ଡା ଗ୍ରାମ ଠାରେ ବୋଡ଼େନ – ଖଡିଆଳ ସ୍ବତନ୍ତ୍ର ରାଜ୍ୟ ରାଜପଥ କୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳକୁ ପୋଲିସ ଏବଂ ବ୍ଲକ୍ ପ୍ରଶାସନ ପହଞ୍ଚି ଆବଶ୍ୟକ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି। ଗଡରାମୁଣ୍ଡା ଗ୍ରାମକୁ ବସୁଧା ଯୋଜନା ରେ କୁସମାଳ ଗ୍ରାମ ସ୍ଥିତ ସୁନ୍ଦର ନଦୀ ଠାରୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଅଛି। ପ୍ରତ୍ୟେକ ମାସ ୮ ଦିନ ବ୍ୟବଧାନ ରେ ବିଦ୍ୟୁତ୍ କେବୁଲ ଚୋରି ହେଉଅଛି। ଖଡିଆଳ ବିଡ଼ିଓ ବିରସେନ ବେହେରା ପହଞ୍ଚି ପ୍ରତିଶ୍ରୁତି ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!