ଅନନ୍ୟ

ସଦର କଂଗ୍ରେସ ବିଧାୟକ ପାର୍ଥି ସାଗର ଦାସ ଙ୍କୁ ଅସାମାଜିକ ଗୁଣ୍ଡା ଙ୍କ ଆକ୍ରମଣ.

ସଦର କଂଗ୍ରେସ ବିଧାୟକ ପାର୍ଥି ସାଗର ଦାସ ଙ୍କୁ ଅସାମାଜିକ ଗୁଣ୍ଡା ଙ୍କ ଆକ୍ରମଣ.

ଭବାନୀପାଟଣା, (AKN NEWS):ଆଜି ଅପରାହ୍ନ 2 ଘଣ୍ଟା ସମୟରେ ସଦର କଂଗ୍ରେସ ବିଧାୟକ ପାର୍ଥି ସାଗର ଚରଣ ଦାସ ଭବାନୀପାଟଣା ସହର ର ବାହାଦୁର ବଗିଚା ପଡା କୁ ନିର୍ବାଚନ ପ୍ରଚାର ରେ ଗଲାବେଳେ ଦୁଇ ଜଣ ଅସାମାଜିକ ବ୍ୟକ୍ତି ଯାହାର ନାମ ଅଜିତ ବାଗ ଓ ରବି ବାଗ ,ଶ୍ରୀ ଦାସ ଙ୍କୁ ଅଶ୍ଳୀଳ ଭାଷା ପ୍ରୟୋଗ ସହ ଆକ୍ରମଣ ଉଦ୍ୟମ କରିଥିଲେ. ତାଙ୍କ ଗାଡି କୁ ଆଘାତ ଦେଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି. ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ପାର୍ଥି ନିର୍ବାଚନ ରେ ସୁନିଶ୍ଚିତ ଜିତା ପଟ ଜାଣି ବିଜେଡି ତରଫରୁ ଆକ୍ରମଣ ଉଦ୍ୟମ ବୋଲି ପ୍ରକାଶ କରିଛନ୍ତି. ଥାନାରେ ଏତଲା ପରେ ବି ପୁଲିସ ତରଫରୁ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ. ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ଉପ ସଭାପତି ଇନ୍ଦ୍ରଜିତ୍ ମହା ଖୁଡ, ମହମ୍ମଦ୍ ଅଲ୍ଲୀ, ଧନୁର୍ଦ୍ଧର ଗହୀର, ଟାଉନ ସଭାପତି ସୁକାନ୍ତ ସରାଫ, ଟାଉନ ଯୁବ କଂଗ୍ରେସ ସଭାପତି ସଚିନ ନାୟକ ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ.

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!