ଓଡିଶା ଖବର

ପ୍ରତିଭାର ପୂଜାକୁ ସର୍ବାଗ୍ରେ ରଖି ପାରିଲେ ଅଞ୍ଚଳ ର ଅଗ୍ରଗତି ହେବ : ରବି ନାୟକ 

କୁଚିଣ୍ଡା : 9/9(AKN NEWS): କୁଚିଣ୍ଡା ପରି ପଛୁଆ ଅଞ୍ଚଳରେ ପ୍ରତିଭା ପୂଜାକୁ ସର୍ବାଗ୍ରେ ପ୍ରାଥମିକତା ଦେଲେ ଏହି ଅଂଚଳର ଉନ୍ନତି ହେବ । ସେଥି ପାଇଁ କେବଳ ପରୀକ୍ଷା ର ନମ୍ବର କୁ ନୁହେଁ ସାହିତ୍ୟ, କଳା ଓ କ୍ରୀଡା ଆଦିର ର ବିଶେଷ ପ୍ରତିଭା ଙ୍କୁ ମଧ୍ୟ ଖୋଜି ବାହାର କୁ ଆଣିବାକୁ ହେବ ବୋଲି ରାଜ୍ୟର ପଂଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ମତ ଦେଇ ଛନ୍ତି। ଆଜି କୁଚିଣ୍ଡା କଲେଜ ପ୍ରେକ୍ଷ୍ୟାଳୟ ରେପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଆୟୋଜିତ ମେଧା ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକ ର ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ କାଳ, ବିଜ୍ଞାନ ଓ ବାଣିଜ୍ୟର ପ୍ରଥମ ଦଶ ଜଣ ଲେଖାଏଁ କୃତି ଛାତ୍ର, ଛାତ୍ରୀ ଙ୍କୁ ମାନପତ୍ର ଓ ମେଡାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଭିଯାନ ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ତାଙ୍କ ଭାଷଣରେ ଅଭିଯାନ ପାଇଁ ଏକ ଗୃହ ନିର୍ମାଣ ର ଅନୁଦାନ ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀଶ୍ରୀ ନାୟକ ସକାରାତ୍ମକ ସହଯୋଗ ଦେବାର ସୂଚନା ଦେଇଥିଲେ । ଆବାହକ ପ୍ରଭାତ ବେହେରା ଉଦ୍ୟେଶ୍ୟ ଜ୍ଞାପନ କରିଥିବା ବେଳେ ସଂଯୋଜକ ରମେଶ କିସାନ ବାର୍ଷିକ ବିବରଣୀ ପାଠ କରିଥିଲେ ।ପ୍ରଫୁଲ୍ଲ ସାହୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ସତ୍ୟନାରାୟଣ ପଟେଲ ସ୍ୱାଗତ ଭାଷଣ ଦେଇଥିଲେ ।ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ରେଭେନ୍ୟୁ ଅଫିସର ଶାନ୍ତନୁ ସାହୁ, ଅବସର ପ୍ରାପ୍ତ ଅଧ୍ୟାପକ ଡ଼ ଦିଲ୍ଲୀପ ପାଣି, ଏସ ଡି ଏମ ଓ ଡାକ୍ତର ସୁବୋଧ ନାଏକ, ଡାକ୍ତର ସତ୍ୟବ୍ରତ ଦୋରା, ପ୍ରାଧ୍ୟାପିକା ସୁଭଦ୍ରା ଦାସ ପ୍ରମୁଖ ଅଭିଯାନ ର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। କ୍ରୀଡା ଓ ପ୍ରତିଭା ଜୟକୃଷ୍ଣ ଗରଡିଆ ଓ ସଂଗୀତ ପ୍ରତିଭା ଆଶୀର୍ବାଦ ମହାନ୍ତି ଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇ ଥିଲା।ଶେଷରେ ମହମ୍ମଦ ମୁର୍ତ୍ତୁଜା ଧନ୍ୟବାଦ ଅର୍ପଣ କରିଥିଲେ।ସମଗ୍ର କାର୍ଯ୍ୟକ୍ରମ ସୁଗତ ପଟେଲ, ପ୍ରମୋଦ ପଟେଲ ଓ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ପରିଚାଳନା କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!