ଲଗାଣ ବର୍ଷାରେ ଘର ଭାଙ୍ଗିଲା।ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ଜିଲ୍ଲା ପରିଷଦ ଶ୍ରୀ ଅରୁଣ କୁମାର ମିଶ୍ର।

ନବରଙ୍ଗପୁର (AKN NEWS): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ଆଜି ଦିନ ତମାମ ଜିଲ୍ଲା ସାରା ତୁହାକୁ ତୁହା ବର୍ଷା ହୋଇଛି।ଫଳରେ ପୁରା ଜିଲ୍ଲା ର ଅବସ୍ଥା ବେହାଲ ହୋଇ ଯିବା ସହ ଜନ ଜୀବନ ଭୀଷଣ ଭାବେ ପ୍ରଭାବିତ ହୋଇଛି। ଏହି ଲଗାଣ ବର୍ଷା ଯୋଗୁଁ ନନ୍ଦା ହାଣ୍ଡି ବ୍ଲକ୍ ଦହଣା ଗ୍ରାମ ପଞ୍ଚାୟତ ମରାଳି ଗ୍ରାମ ର ସୁନୀଲ କୁମାର ଦୁଃଖୁଙ୍କ ଘର କାନ୍ଥ ଭୁଷୁଡି ପଡିଛି ଫଳରେ ଘରେ ବାସ କରିଥିବା ୬ ଜଣ ପରିବାର ନାନା ଅସୁବିଧାରେ ପଡ଼ିଛନ୍ତି।ଏହି ଖବର ପାଇ ନନ୍ଦା ହାଣ୍ଡି ବ୍ଲକ୍ ଜୋନ୍ ୨ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ମିଶ୍ର କ୍ଷେତ୍ର ପରି ଦର୍ଶନ କରି ସ୍ଥାନୀୟ ତହସିଲଦାରଙ୍କ ସହିତ ସରକାରୀ ସାହାଯ୍ୟ ପାଇଁ ଆଲୋଚନା କରିଛନ୍ତି। ପ୍ରଶାସନ କୁ ଅନୁରୋଧ କରି ଜଣେଇ ଛନ୍ତି ଯେ ଏହି ପରିବାରକୁ ତୁରନ୍ତ ଉଦ୍ଧିଷ୍ଟ ସାହାଯ୍ୟ ମିଳୁ। ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ତତ୍ପରତା ଦେଖାଇ ଏ ପରିବାର ର ଦୁଃଖ ଦୂର କରିବେ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS


