ଓଡିଶା ଖବର

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍ କଳାହାଣ୍ଡି ଅଞ୍ଚଳର ଉଦ୍ଭିଦଗୁଡିକ ଉପରେ ଗର୍ଭାବସ୍ଥାରେ ବିଷାକ୍ତତାର ସମ୍ଭାବନା ଏବଂ ଗର୍ଭରେ ଥିବା ଶିଶୁ ଉପରେ ପ୍ରଭାବକୁ ନେଇ ଗବେଷଣା

ଭବାନୀପାଟଣା, ୦୯।୦୯ (AKN NEWS): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍ ନିକଟସ୍ଥ ଇଚ୍ଛାପୁର ଗ୍ରାମର ବିଶ୍ୱଜିତ୍ ଆଚାର୍ଯ୍ୟ ଉଦ୍ଭିଦ ବିଜ୍ଞାନ ଉପରେ ସେଂଚୁରିୟନ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର କ୍ୟାମ୍ପସ ଠାରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। କଳାହାଣ୍ଡି ଅଞ୍ଚଳର ଉଦ୍ଭିଦଗୁଡିକ ଉପରେ ଗର୍ଭାବସ୍ଥାରେ ତାଙ୍କର ବିଷାକ୍ତତାର ସମ୍ଭାବନା ଏବଂ ଗର୍ଭରେ ଥିବା ଶିଶୁ ଉପରେ ତାଙ୍କ ପ୍ରଭାବକୁ ନିର୍ଣ୍ଣୟ କରିବା ଉଦ୍ଦେଶ୍ୟରେ ତାଙ୍କର ପିଏଚଡି ଗବେଷଣା କରିଥିଲେ। ତାଙ୍କ ଗବେଷଣା କାର୍ଯ୍ୟ ଡ଼. ଅମୂଲ୍ୟରତ୍ନ ବେହେରା ଓ ଡ଼. ବିମଳେନ୍ଦୁ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମ୍ପନ୍ନ କରିଥିଲେ। ଦୁଇ ଗାଇଡ୍ ମାନେ ତାଙ୍କର ଗବେଷଣା କାର୍ଯ୍ୟରେ ସମାନ ଭାବେ ଅବଦାନ ରଖିଥିଲେ ଏବଂ ସେ ସଫଳତାର ସହିତ ସମ୍ମାନିତ ହୋଇଥିଲେ। ଡ଼. ବିଶ୍ୱଜିତଙ୍କ ଗବେଷଣା ଫଳରେ ପ୍ରକାଶିତ ହୋଇଛି ଯେ କିଛି ଉଦ୍ଭିଦ, ବିଶେଷକରି ବାଂସ ମୂଳା (ସ୍ଥାନୀୟ ଭାଷାରେ ଯାହାକୁ କରାଡି କୁହାଯାଏ) ଭୋଜ୍ୟ ପଦାର୍ଥ ଭାବେ ଖାଦ୍ୟ ରୂପେ ଗ୍ରହଣ କରାଯାଇଥିଲେ ଗର୍ଭରେ ଥିବା ଶିଶୁମାନଙ୍କୁ କ୍ଷତିକାରକ ହୋଇପାରେ। ସେ ଏହାକୁ ପ୍ରାଣୀ ପରୀକ୍ଷା ଓ କମ୍ପ୍ୟୁଟର ମଡ଼େଲ ଶିକ୍ଷା ମାଧ୍ୟମରେ ପ୍ରମାଣିତ କରିଥିଲେ। ସେ କଳାହାଣ୍ଡି ଅଞ୍ଚଳର ଜନଜାତି ଲୋକମାନଙ୍କ ସହିତ ସମ୍ପର୍କ ରଖି, ସେମାନଙ୍କର ଜୀବନ ଶୈଳୀ, ବାସସ୍ଥାନ, ଖାଦ୍ୟ ସଂସ୍କୃତି ଓ ଗର୍ଭାବସ୍ଥା ସମୟରେ ରହିଥିବା ବିଶ୍ୱାସର ଶିକ୍ଷା ଓ ପ୍ରକ୍ଷେପ ଦ୍ୱାରା ୧୦ ପ୍ରକାରର ବାଂସ ପ୍ରଜାତିର ଖାଦ୍ୟ ପଦାର୍ଥର ପୋଷକ ଉପାଦାନ, ରାସାୟନିକ ଗୁଣ ବିଶ୍ଳେଷଣ କରିଥିଲେ। ଡଃ ଆଚାର୍ଯ୍ୟ ଶ୍ରୀ କୁଞ୍ଜ ବିହାରୀ ଆଚାର୍ଯ୍ୟ ଏବଂ ଶ୍ରୀମତୀ ରଶ୍ମିରେଖା ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଅଟନ୍ତି।

ପ୍ରକାଶ ଥାଉ କି, ଡଃ ଆଚାର୍ଯ୍ୟ ବ୍ରହ୍ମପୁରର ରୋଲାଣ୍ଡ ଇନ୍ସଟିଟ୍ୟୁଟ ଅଫ୍ ଫାର୍ମାସିଉଟିକାଲ ସାଇନ୍ସେସରୁ ସ୍ନାତକ ଏବଂ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରି ତାଙ୍କ ଏମ.ଫାର୍ମ କାର୍ଯ୍ୟକଳାପରେ ସ୍ଵର୍ଣ୍ଣପଦକ ହାସଲ କରିଥିଲେ। ବର୍ତ୍ତମାନ ସେ ବଲାଙ୍ଗିର ସ୍ଥିତ ସେନଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଏସିଷ୍ଟାଣ୍ଟ ପ୍ରଫେସର୍ ଭାବେ କାର୍ଯ୍ୟରତ। ଡ଼. ବିଶ୍ୱଜିତ୍ ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟର ଅଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ସାରଙ୍ଗୀ, ପ୍ରିନ୍ସିପାଲ ଡ଼. ପ୍ରଫୁଲ୍ଲ ସାହୁ, ତାଙ୍କ ସହକର୍ମୀ ଓ ପ୍ରିୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ତାଙ୍କ ଯାତ୍ରାରେ କୃତଜ୍ଞତା ଜଣାଇଛନ୍ତି।

ବ୍ୟୁରୋ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!