ଓଡିଶା ଖବର

ସୁଭଦ୍ରା ଯୋଜନା ର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ

ପୁରୀ ୮/୯ (AKN NEWS): ଆଜି ଓସୱାନ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ର ସମୀକ୍ଷା କରିଛନ୍ତି।ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ,ପୌରପାଳିକା ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସୁବିଧା, ଅସୁବିଧା ଓ ସମସ୍ୟା କ’ଣ ରହୁଛି ସେ ସମ୍ପର୍କରେ ଆଲୋଚନା କରିଥିଲେ।ସମସ୍ତ ଯୋଗ୍ୟ ଆବେଦନକାରୀ ଯେପରି ବିନା ମୂଲ୍ୟ ରେ ଫର୍ମ ପାଇବେ,ସଠିକ ଭାବେ ଫର୍ମ ପୂରଣ କରିବେ,ପଞ୍ଜିକରଣ କରିବେ,ସୁଭଦ୍ରା ରଥ ଯେପରି ରୁଟ ଚାର୍ଟ ଅନୁସାରେ ପରିକ୍ରମା କରି ଲୋକ ଙ୍କୁ ସଚେତନ କରିବ ତାହାକୁ ସମସ୍ତେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ପରେ ଗଣମାଧ୍ୟମ କୁ ସୂଚନା ଦେଇ ଉପ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାରେ ପ୍ରାୟ ୭ ଲକ୍ଷ ୪୦ ହଜାର ଯୋଗ୍ୟ ମହିଳା ଙ୍କୁ ସୁଭଦ୍ରା ଯୋଜନା ରେ ସାମିଲ ର ଲକ୍ଷ୍ୟ ରଖାଯାଇଛି।ବର୍ତ୍ତମାନ ସୁଦ୍ଧା ୨୪୪୮୬ ଜଣ ଙ୍କ ପଞ୍ଜିକରଣ ସରିଛି।ତେବେ ସର୍ଭର ଡାଉନ ରହୁଥିବାରୁ ପଞ୍ଜିକରଣ ରେ ଯେଉଁ ସମସ୍ୟା ରହିଛି ତାହା ବହୁତ ଶିଘ୍ର ସମାଧାନ ହୋଇ ଯିବାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ।ଅପରପକ୍ଷରେ ସୁଭଦ୍ରା ଯୋଜନା ଏକ ନିରନ୍ତର ଯୋଜନା।କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେବେ ନାହିଁ।ଚଳିତ ମାସ ୧୭ ତାରିଖ ପରେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ।ତେଣୁ କେହି ବ୍ୟସ୍ତ, ବିବ୍ରତ ବା ଅଯଥା ଭିଡ ନ କରିବାକୁ ଶ୍ରୀମତୀ ପରିଡା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।ଏହି ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ମମତା ଡିପିସି ପ୍ରଣତି ମହାନ୍ତି, ମିଶନ ଶକ୍ତି ଡିପିସି ଆରତୀ ସାହୁ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଓ ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ, ସିଡିପିଓ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!