ଓଡିଶା ଖବର

ସିଏମ କିଶାନ ଯୋଜନା ରେ ୨୦୬୧୪୬ ଚାଷୀ ଙ୍କୁ ସହାୟତା ପ୍ରଦାନ କରାଗଲା।

ପୁରୀ ୮/୯(AKN NEWS): ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଶାନ ଅର୍ଥ ସହାୟତା ପ୍ରଦାନ କରିଛନ୍ତି।ପୁରୀ ଜିଲ୍ଲାର ୨୦୬୧୪୬ ଚାଷୀ ଙ୍କୁ ୪୭ କୋଟି ୧୪ ଲକ୍ଷ ୩୫ ହଜାର ଟଙ୍କା ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି।ଅନଲାଇନ ମାଧ୍ୟମରେ ଓସୱାନ ହଲରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗ ଦେଇ ଉପସ୍ଥିତ ଥିବା କୃଷକ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।କୃଷକ ମାନେ ଅନ୍ନଦାତା।ସେମାନଙ୍କ ତ୍ୟାଗ, କଠୋର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆମେ ଖାଦ୍ୟ ପାଇ ପାରୁଛନ୍ତି।କୃଷି ଭିତ୍ତିକ ପର୍ବ ନୂଆଁଖାଇ ଅବସରରେ କୃଷକ ମାନ ଙ୍କୁ ଏହି ସହାୟତା ଅର୍ଥ ପ୍ରଦାନ କୃଷି କୁ ଅଧିକ ସମୃଦ୍ଧ କରିବ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ, କୃଷକ ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!