ଓଡିଶା ଖବର

ପ୍ରଶାସନରଦୃଷ୍ଟି ଆଡୁଆଳରେ ନବ ନିର୍ମିତ ବିରୀପୁର ସେତୁ ଓ କଳମପୁର ବିଜମରା ରାସ୍ତା ନିର୍ମାଣ

(AKN NEWS): ସରକାରୀ କାର୍ଯ୍ୟରେ ତଦାରଖର ଅଭାବ ଫଳରେ କେମିତି କଚ୍ଛପ ଗତିରେ କାର୍ଯ୍ୟ ସଂପାଦିତ ହୁଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ, କଲମପୁର ଓ ବିଜମରା ଗ୍ରାମ ମଝିରେ ରହିଛି ହାତୀ ନଦୀ, ସେହି ନଦୀ ଉପରେ ସେତୁ ନିର୍ମାଣ କରାଯାଉଛି, ଏହି ସେତୁ ନିର୍ମାଣ କାମ ପ୍ରାୟ ଦଶ ବର୍ଷ ହେବ ହୋଇ ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ସରିବାର ସମ୍ଭାବନା ଦେଖା ଯାଉ ନାହିଁ, କେବେ ସରିବ ଓ ଲୋକାର୍ପିତ ହେବ ଏ ସୂଚନା ବିଭାଗ ପାଖରୁ ମିଲି ପାରୁନାହିଁ, କେତେ ଟଙ୍କାର କାମ, କାର୍ଯ୍ୟକର୍ତ୍ତା କିଏ ଏନେଇ ମଧ୍ୟ ବିଭାଗ ପାଖରେ ସୂଚନା ନାହିଁ, କାର୍ଯ୍ୟ ସ୍ଥଳରେ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ମଧ୍ୟ ବିଭାଗ ଏହି ନିୟମକୁ ପାଳନ କରି ନାହାନ୍ତି, ଫଳରେ ସବିଶେଷ ବିବରଣୀ ମିଲି ପାରୁନାହିଁ,ଗ୍ରାମ୍ୟ ଉନ୍ନୟନ ବିଭାଜନ ଧର୍ମଗଡ ଦ୍ଵାରା ଏହି କାର୍ଯ୍ୟ ସଂପାଦନ ହେଉଥିବା କୁହାଯାଉ ଥିଲେ ମଧ୍ୟ କେଉଁ ଯନ୍ତ୍ରୀ ଏଠାରେ ନିୟୋଜିତ ହୋଇଛନ୍ତି ସେ ନେଇ ମଧ୍ୟ ବିଭାଗ ପାଖରୁ ସୂଚନା ମିଳିପାରିନାହିଁ, ସଂପୃକ୍ତ ଠିକାଦାରଙ୍କ ପାଖରେ କୌଣସି ଯନ୍ତ୍ରୀ କାମ କରିବାକୁ ଆଗ୍ରହ ପ୍ରକାଶ କରୁନଥିବାରୁ ବାରମ୍ବାର ଯନ୍ତ୍ରୀ ବଦଳ ହେବାରେ ଲାଗିଛନ୍ତି, ଦରକାର ହେଲେ ବଦଳି ହେବାକୁ ସିନା ପ୍ରସ୍ତୁତ କିନ୍ତୁ ସଂପୃକ୍ତ ଠିକାଦାର ପାଖରେ କାମ କରିବାକୁ ନାରାଜ ଏହା ହିଁ ଏଥିରେ ଲୁଚି ରହିଥିବା ରହସ୍ୟକୁ ପ୍ରମାଣିତ କରୁଛି,ବିଭାଗ ମଧ୍ୟ ସଂପୃକ୍ତ ଠିକାଦାର ପାଖରେ ହାତ ଟେକି ଦେଇଛି ବୋଲି ଚର୍ଚ୍ଚା ହେଉଛି, ମନୋମୁଖୀ କାର୍ଯ୍ୟ ସହିତ ସେତୁ ନିର୍ମାଣରେ ବୈଷୟିକ ତୃଟି ପରିଲକ୍ଷିତ ହୋଇଛି, ସେତୁ ଓ ରାସ୍ତା ନିର୍ମାଣ ପାଇଁ ଜମି ଅଧିଗ୍ରହଣ ହେଲା କିନ୍ତୁ ଏମିତି ନକ୍ସା ତିଆରି ହେଲା କିପରି ଯେଉଁଠି ହଠlତ ସେତୁକୁ ଲାଗି ରାସ୍ତା ହଠାତ୍ ବୁଲାଣି ହେଲା, ଏପରି ହେବା ଦ୍ଵାରା ଭବିଷ୍ୟତରେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ, ପରିତାପର ବିଷୟ କଲମପୁର ଠାରୁ ଦୋଲକିବନ୍ଧ ୯,୯କିଲୋମିଟର ରାସ୍ତା ନିର୍ମାଣ ହୋଇଥିବା ଦର୍ଶାଯାଇଥିବା ବେଳେ ସେହି ରାସ୍ତାରେ ବିଜମରା ଠାରୁ କଲମପୁର ୪,୬କିଲୋମିଟର ନାମରେ ରାସ୍ତା ନିର୍ମାଣ ହୋଇଛି, କିନ୍ତୁ କଲମପୁର ଠାରୁ କଲେଜ ପର୍ଯ୍ୟନ୍ତ ଅଧ କିଲୋମିଟର ରାସ୍ତା ମରାମତି ହୋଇଥିବା ବେଳେ ଖଙ୍ଗାର ଗୁଡା ଠାରୁ ବର୍ଚ୍ଚି ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ହୋଇଛି, ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସତ୍ୟତା ଲୋକଲୋଚନକୁ ଆସି ପାରିବ ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି, ବିଡ଼ମ୍ବନା ଯେ ଏହି ରାସ୍ତାକୁ ରକ୍ଷଣାବେକ୍ଷଣ ଓ ମରାମତି ଦୀର୍ଘ ବର୍ଷ ହେଲା କରାଯାଉଥିବା ନଜର ଦେଖିବାକୁ ମିଳିନାହିଁ, ବିଭାଗୀୟ ଯନ୍ତ୍ରୀ ମାନେ ଚାକିରୀ ବଞ୍ଚାଇବା ପାଇଁ ଏହି କାର୍ଯ୍ୟରୁ ମୁହଁ ଫେରାଇ ନେଇଥିବା ଘଟଣାରୁ ସେମାନଙ୍କ ଅସହାୟତା ଜଳଜଳ ଭାବେ ବାରି ହୋଇ ପଡ଼ୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି,

କଳାହାଣ୍ଡି ରୁ ଟଙ୍କଧର ବିହାରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!