ଓଡିଶା ଖବର

ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

(AKN NEWS): ତା -୧୭/୯ ରିଖ ପୁରୀ ଜିଲ୍ଲା ସ୍କୁଲ୍ ଠାରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆସନ୍ତା ତା- ୨୨-୯-୨୪ ରିଖ ଠାରୁ ଆରମ୍ଭ ହେଉଛି । ଏହା ଦୀର୍ଘ ପାଞ୍ଚ ଦିନ ଧରି ପରିଚାଳିତ ହେବ । ଏଥିରେ ଉଭୟ ବାଳକ ବାଳିକା ବିଭାଗର ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ପ୍ରାୟ ୧୫୦୦ ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏଥିପାଇଁ ଆଜି ଅପରାହ୍ଣ ୩ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସ୍କୁଲ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ପିଲାମାନଙ୍କର ରହିବା ଓ ଖାଇବା ଆଦି ସାମଗ୍ରିକ ବିଷୟରେ ଆଲୋଚନା କରାଯାଇ ବିଭିନ୍ନ ପଦକ୍ଷେପ ନିଆଯିବା ପାଇଁ ସ୍ଥିର କରାଯାଇଛି । ପ୍ରତି କ୍ଷେତ୍ରରେ ଯେପରି କୋୖଣସି ଅସୁବିଧା ନ ହୁଏ ସେଥିପାଇଁ ବ୍ୟବସ୍ଥା କଡ଼ାକଡ଼ି ଭାବେ କରାଯାଉଛି । ଏଥିରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ସଭାପତିତ୍ବ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ, ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ସାହୁ, ବିଇଓ, ପୁରୀ ସଦର ପ୍ରମୋଦ କୁମାର କର, ବିଇଓ ଗୋପ, ସୁଶୀଲ କୁମାର ବ୍ରହ୍ମା, ବିଇଓ ସତ୍ୟବାଦୀ , ଡେଲାଙ୍ଗ ଓ ଅସ୍ତର‌ଂଗ ଭବମ୍ ପ୍ରଧାନ, ବିନୋଦ ପ୍ରମାଣିକ ଓ ଶତ୍ରୁଘ୍ନ ବେହେରା ଉପସ୍ଥିତ ଥିଲେ । ପୁରୀ ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମିଶ୍ର ଓ ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ତଥା ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡାଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ବୈଠକ ପରିଚାଳନା କରିଥିଲେ ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!