ଓଡିଶା ଖବର

ଫେବୃଆରୀ ୧୫ରୁ +୨ ପରୀକ୍ଷା : ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ରୁ ୨୪ ମାର୍କ ରଖିଲେ ପାସ୍

(AKN NEWS): ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ଏହି ପରୀକ୍ଷା ମାର୍ଚ୍ଚ ୨୫ ଯାଏଁ ଚାଲିବ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଏବଂ ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ମଧ୍ୟରେ ଶେଷ ହେବ।

  1. ସେପଟେ ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା, ଏଣିକି ୮୦ମାର୍କରୁ ୨୪ ମାର୍କ ରଖିଲେ ପାସ୍ । ଇଂରାଜୀ ଓ ମାତୃଭାଷାରୁ ରଚନାକୁ ବାଦ ଦିଆଯାଇଥିବା ବେଳେ ଆଉ ପ୍ରଶ୍ନପତ୍ରରେ ଆସିବନି ଦର୍ଶ ମାର୍କ ବିଶିଷ୍ଟ ପ୍ରଶ୍ନ । ୨୦୨୫ରେ ଯୁକ୍ତ ୨ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ନୂଆ ଢାଞ୍ଚା ଅନୁଯାୟୀ ଏଣିକି ବାର୍ଷିକ ପରୀକ୍ଷାରେ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ ପଡ଼ିବ । ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ କରିବେ, ନହେଲେ ଫେଲ୍ ବୋଲି ବିବେଚନା କରାଯିବ । ବାକି ୨୦ ମାର୍କ ଇଣ୍ଟରନାଲ ପରୀକ୍ଷା ହେବ । ସେଥିରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାକୁ ମୋଟ ମାର୍କ ସହ ସଂଯୋଗ କରାଯିବ । ହେଲେ ଥିଓରି ମାର୍କ ସହ ଏହାକୁ ମିଶା

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!