ଓଡିଶା ଖବର

ବଲାଙ୍ଗୀର ଜିଲ୍ଲା ରେ ଭାରତ ବନ୍ଦ ଡାକରା ପ୍ରଭାବ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା. ଦାବିପତ୍ର ପ୍ରଦାନ ।

(AKN NEWS): ପାଟଣାଗଡ଼ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ କୁ ପ୍ରତ୍ୟାହାର ଦାବି ରେ ଦିଆଯାଇଥିବା ଭାରତ ବନ୍ଦ ର ପ୍ରଭାବ ସମଗ୍ର ବଲାଙ୍ଗୀର ଜିଲ୍ଲା ରେ ପଡିଛି । ଜିଲ୍ଲା ର ୧୪ ଗୋଟି ବ୍ଳକ ସଦରମହକୁମା ରେ ଭାରତ ବନ୍ଦ ଡାକରା ପ୍ରଭାବ ପଡିଥିବାବେଳେ ଟିଟିଲାଗଡ଼ ପାଟଣାଗଡ଼ , ଲୋଇସିଂହା ,ଖପ୍ରାଖୋଲ,ବେଳପଡା,ସଇତଲା କଣ୍ଟାବାଞ୍ଜି, ଆଗଳପୁର,ମୁରିବାହାଲ, ଦେଓଗାଁ, ବଲାଙ୍ଗୀର,ପୁଇତଳା,ଗୁଡଭେଲା , ତୁରେକେଲା ଆଦି ବ୍ଳକ ଗୁଡ଼ିକ ରେ ଏହାର ପ୍ରଭାବ ମଧ୍ୟ୍ୟ ଦେଖିବାକୁ ମିଳିଛି | ପାଟଣାଗଡ଼ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ ତରଫରୁ ଏହି ବନ୍ଦ କୁ ସଫଳ କରିବା ସହ ଅଖ ଚକ ବନ୍ଦ କରିଛନ୍ତି |ଏହି ଅବସରରେ ଏକ ଶତାଧିକ ଲୋକ ଉପସ୍ଥିତ ରହି ଏକ ବିଶାଳ ଶୋଭାଯାତ୍ରା ରେ ଗଡ଼ଭିତର ଖେଳ ପଡିଆ ଠାରୁ ବାହାରି ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |ପରେ ଏକ ଦାବିପତ୍ର ଉପଜିଲ୍ଲାପାଳ ଅମିତ କୁମାର ନାଏକ ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିଛନ୍ତି | ଦାବୀ ପତ୍ର ରେ କ୍ରିମିଲେୟ ଉପବର୍ଗିକରଣ ବ୍ୟବସ୍ଥାକୁ ବନ୍ଦ ନ କଲେ ଆଗାମୀ ଦିନରେ ଦୂର୍ବାର ଆନ୍ଦୋଳନ କରିଯିବା ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବୀ ପତ୍ର ପ୍ରଦାନ ସମୟରେ ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ଡିକସନ ନନ୍ଦ,ଡିଙ୍ଗର କୁମ୍ଭାର,ବିଂଝାଲ ସମାଜ ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ,ଆଦିବାସୀ କର୍ମଚାରୀ ସଂଘ ସଭାପତି ଜତନ ବୁଡେକ, ଶବର ସମାଜ ସଭାପତି ଚନ୍ଦ୍ର ଶବର, ମିର୍ଦ୍ଧା ସମାଜ ସଭାପତି ଟିକେଶ୍ଵର ମିର୍ଦ୍ଧା,ଦଳ ସମାଜ ଜିଲ୍ଲା ସଭାପତି ପ୍ରିତି ସିଂ ମଲ୍ଲିକ,ବେଲାପଡା ବ୍ଳକ ସଭାପତି ରସିକ ଧରୁଆ, ଉପସଭାପତି ଧନିରାମ ମିର୍ଦ୍ଧା, ଆଦିବାସୀ କଲ୍ୟାଣ ସଂଘ ଆବାହକ ଇଂ ଜଗଜୀବନ ଭୋଇ, ବାବା ବେଣୁଧର ବିଶ୍ଵାଳ , ଦେବେନ୍ଦ୍ର ମଲ୍ଲିକ, ହେମନ୍ତ ମଲ୍ଲିକ , ଚନ୍ଦ୍ର ଶେଖର ମଲିକ, ଧନେଶ୍ଵର ମାଝୀ, ବିଦ୍ୟାଧର ମିର୍ଦ୍ଧା, ଗୋପାଳ ସିଂ, ଯୁଧିଷ୍ଠିର ବର୍ଗେ,ହେମସାଗର ମାଝୀ,ତୁରେକେଲା ଠାରେ ଖେଳନ୍ତି ସମରଥ,ପ୍ରମୁଖ ଉପସ୍ଥିତ ଥିବା ବେଳେ ବଲାଙ୍ଗୀର ଠାରେ ମଧ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଙ୍କୁ ଜିଲାପାଳ ଗୌରବ ଶିବାଜୀ ଇସଲୱ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥଲେ । ଏସ ସି ଏସଟି ମିଳିତ କ୍ରିୟାନୁଷ୍ଠାନ କମିଟି ର ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ,କୁଶ ବରିହା, ହେମଲତା ମାଝୀ ପ୍ରମୁଖ ଙ୍କ ସମେତ ହଜାର ହଜାର ମହିଳା ପୁରୁଷ ସାମିଲ ହୋଇଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!