ଓଡିଶା ଖବର

ସଇଁତଲା ରେ ଆଜି ଭାରତ ବନ୍ଦ ଡାକରା ଦେଇଛି ଦଳିତ ଆଦିବାସୀ ଏକତା ସଂଘ

(AKN NEWS): ସଇଁତଲା ରେ ଆଜି ଭାରତ ବନ୍ଦ ଡାକରା ଦେଇଛି ଦଳିତ ଆଦିବାସୀ ଏକତା ସଂଘ ! ଆଜି ଦେଶ ରେ ଲାଗୁ ହେଇ ଥିବା ସଂରକ୍ଷଣ କୁ ମାନ୍ୟବର ସୁପ୍ରମିକୋର୍ଟ ଉଛେଦ ପ୍ରତିବାଦ ରେ ସମଗ୍ର ଦେଶ ରେ ଭାରତ ବନ୍ଦ ଡାକରା ଦିଆଯାଇଛି ! ଆଜି ସଇଁତଲା,ବରଗାଁ, ବଡ଼ମାଳ, ବେଲଗାଁ,ସମେତ ବିଭିନ୍ନ ଛକ ରେ ଭାରତ ବନ୍ଦ କୁ ସମର୍ଥନ କରି ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ବନ୍ଦ ରହି ଥିବା ବେଳେ ଅଖ ଚକ ମଧ୍ୟ ବନ୍ଦ ରହିଛି ! ଦଳିତ ଆଦିବାସୀ ସଂଗଠନ ପକ୍ଷ ରୁ ସକାଳୁ ସକାଳୁ ପିକେଟିଙ୍ଗ କରି ଦୋକାନ ବଜାର ଗାଡି ମଟର ବନ୍ଦ କରିଛନ୍ତି ! ଆଜି ସକାଳୁ ସକାଳୁ ପ୍ରଥମେ ମା ଚଣ୍ଡୀ ମନ୍ଦିର ଙ୍କ ଦର୍ଶନ କରି ପରମ୍ପରା ଅସ୍ତ୍ର ଶସ୍ତ୍ର ଧରି ସହର ପରିକ୍ରମା କରିବା ସହ ଜାତୀୟ ରାଜପଥ 26 ଓ 57 ଜାତୀୟ ରାତପଥ ଅବରୋଧ କରି ଥିଲେ ! ସୁପ୍ରିମୋକୋର୍ଟ ଦେଇ ଥିବା ରାୟ ଉପରେ ପୃନରବାର ବିଚାର କରାଯାଉ ବୋଲି ଦାବି କରି ଥିଲେ ! ଏହି ଆନ୍ଦୋଳନ କୁ ଦଳିତ ଆଦିବାସୀ ଏକତା ସଙ୍ଘ ର ସଭାପତି ପ୍ରେମ ଭୋଇ, ସମ୍ପାଦକ ପ୍ରୀତିସାଗର ମହାନନ୍ଦ ସମେତ ଶହ ଶହ ସଂଖ୍ୟା ରେ ଦଳିତ ଆଦିବାସୀ ସମର୍ଥକ ଉପସ୍ଥିତ ଥିଲେ ଏଠାରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂହ ଭୋଇ, ସମର୍ଥନ କରିବା ସହ ଆଗାମୀ ଦିନ ରେ ଆଦିବାସୀ ଦଳିତ ଙ୍କୁ ସଂରକ୍ଷଣ ଦିଆଯାଉ ବୋଲି ଦାବି କରିଛନ୍ତି !

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!