ଓଡିଶା ଖବର

ବଡମାଳ ଗୋଳା, ବାରୁଦ କାରଖାନା ରେ ଅଗ୍ନିକାଣ୍ଡ ଘଟଣା ରେ ଜଣେ କର୍ମଚାରୀ ଗୁରୁତର,ଚୋରା ମିସାଇଲ କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ଉଦ୍ଧାର ଘଟଣା ର ତଦନ୍ତ ଦାବି ।

ବଲାଙ୍ଗୀର (AKN NEWS): ଭାରତ ର ଚାରୋଟି ବିରାଟ ଗୋଳାବାରୁଦ କାରଖାନା ମଧ୍ୟରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିକଟସ୍ତ ବଡମାଲ ଗୋଳାବାରୁଦ କାରଖାନା ଅନ୍ୟତମ । ଏହି ଗୋଳା ବାରୁଦ କାରଖାନା ରେ ବ୍ୟାପକ ଅନିୟମିତତା ନେଇ ବିବାଦ ଲାଗିରହିଥିବା ବେଳେ ଇତି ମଧ୍ୟରେ ଟ୍ରେନ ଯୋଗେ ଚୋରା ରେ ମିଶାଇଲ ଚାଲାଣ କରାଯିବା ଓ କଣ୍ଟାବାଞ୍ଜି ରେଳ ଷ୍ଟେସନ ରେ ଠାବ କରିବା ଘଟଣା ର ସତ୍ୟା, ସତ୍ୟ ବର୍ତ୍ତମାନ୍ ସୁଦ୍ଧା ପଦାକୁ ଆସିନି । ସେହିଭଳି ବିପଦ ସଙ୍କୁଳ ଅବସ୍ଥାରେ ଡି ବି ଡବ୍ଲୁ କର୍ମଚାରୀ ଙ୍କୁ ଗୋଳା, ବାରୁଦ ପ୍ରସ୍ତୁତି ରେ ନିୟୋଜିତ କରିବା ସହ କୌଣସି ନିୟମାନୁଯାୟୀ ସୁରକ୍ଷା ଯୋଗାଇ ଦିଆ ନ ଯିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ପ୍ରକାଶ ଯେ,ସେହିପରି ୟୁନିଟ ,୬ ରେ ନିଆଁ ଲାଗି ଯିବାରୁ ଜଣେ ଶ୍ରମିକ ଗୁରୁତର ହୋଇ ପଡିଥିବା ଜଣାଯାଇଛି । କେମିକାଲ ମିଶାଇବା ବେଳେ ଏହି ଅଗ୍ନିକାଣ୍ଡ ଘଟି ଥିବା ବେଳେ ଅଗ୍ନି କୁ ଆୟତ କରା ଯାଇଛି । ଆହତ କର୍ମଚାରୀ ଶିବ ଶଙ୍କର ଭୋଇ ବୋଲି ପ୍ରକାଶ ପାଇ ଥିବା ବେଳେ ସ୍ଥିତି ଗମ୍ଭୀର ନେଇ ତାଙ୍କୁ ରାଉଲକେଲା ବର୍ଣ୍ଣ ୟୁନିଟ କୁ ସ୍ଥାନାନ୍ତର କରାଯାଇଛି । ଏହି ଭଳି ହତା, ହତ ହେବା ଏଠି ସାମାନ୍ୟ ଘଟଣା ରେ ପରିଣତ ହୋଇ ଯାଇ ଥିବା ବେଳେ ଲୋକ ଲୋଚନ କୁ ଅଣା ନ ଯିବା ଓ ବ୍ୟାପକ ଅନିୟମିତତା କରାଯାଉଥିବା କର୍ମଚାରୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ,ଇତି ମଧ୍ୟରେ ଗୋଳା ବାରୁଦ କାରଖାନା ମହା ପ୍ରବନ୍ଧକ ଆସିଥିବା ବେଳେ ଓଡ଼ିଶାର ଏହି କାରଖାନା ରେ ଦୁଇ ଗୁଣ ପ୍ରଡକ୍ସନ ବା ପ୍ରସ୍ତୁତି ବୃଦ୍ଧି ପାଇଥିବା ସୂଚନା ଦେଇ ଥିଲେ । ହେଲେ ଏଠୁ ଚୋରା ରେ ଟ୍ରେନ ଯୋଗେ କଣ୍ଟାବାଞ୍ଜି ଚାଲାଣ ଭଳି ଗୁରୁତର ଘଟଣା ଓ ଶ୍ରମିକ ନିୟୋଜିତ ଓ ବିପଦ ସଙ୍କୁଳ ଅବସ୍ଥାରେ କାର୍ଯ୍ୟ,ସୁରକ୍ଷା ନେଇ କିଛି ପ୍ରକାଶ ନ କରି ଚାଲିଯାଇଥିଲେ ।

ଏଭଳି ସମ୍ବେଦନ ଶିଳ ଘଟଣା ସହ କର୍ମଚାରୀ ସୁରକ୍ଷା ଓ ଚୋରା ଚାଲାଣ ଅଭିଯୋଗ ଦିଗରେ ତୁରନ୍ତ କେନ୍ଦ୍ର ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି ।

ସନ୍ତୋଷ କୁମାର ନାୟକ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!