ଓଡିଶା ଖବର

‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ।

‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ।

AKN NEWS-ଆଉ ଗୋଟିଏ ଦିନ ପରେ ସାରା ରାଜ୍ୟ ପାଳିବେ ଓଡ଼ିଶାର ଜାତୀୟ ପର୍ବ ରଜ। ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ଏହି ପର୍ବ । ରଜପାନ, ପିଠା ପଣାରେ ମହକିବ ପ୍ରତିଟି ଓଡ଼ିଆ ଘର। ରାଜ୍ୟ ତଥା ଦେଶ ବାହାରେ ଥିବା ସବୁ ଲୋକ ନିଜ ଗାଁ କୁ ଆସିବେ। ସବୁ ବନ୍ଧୁ ବାନ୍ଧବ ଏକାଠି ହେବେ। ଖୁବ୍ ଧୁମଧାମରେ ପାଳିବେ ଏହି ପର୍ବ। ରାଜ୍ୟରେ ବର୍ତ୍ତମାନ ସୂର୍ଯ୍ୟଙ୍କ ପ୍ରକୋପ ଜାରି ରହିଛି, କିନ୍ତୁ ଏହାରି ମଧ୍ୟରେ ରଜକୁ ନେଇ ଖୁବ୍ ଉତ୍ସାହର ସହ ସମସ୍ତେ ଅପେକ୍ଷା କରିଛନ୍ତି।*

ଏନେଇ ଓଡ଼ିଶାର ଗାଁ ଗହଳି ଠାରୁ ଆରମ୍ଭ କରି ରାଜଧାନୀର ସବୁ ମାର୍କେଟ ରେ ଜମୁଛି ଲୋକଙ୍କ ଭିଡ଼। କିଏ ନୂଆ ଡ୍ରେସ୍ ସହ ମାଚିଂ କାନଫୁଲ ତ ଆଉ କିଏ ମନପସନ୍ଦ ର ଶାଢ଼ୀ କିଣୁଛି। ରଜ ପର୍ବ ପାଳନରେ ଅନେକ ବିଧି ରହିଛି। ରଜ ସାଧାରଣତଃ ତିନିଦିନ ଧରି ପାଳନ କରାଯାଏ। ତାହା ହେଲା, ପହିଲି ରଜ, ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ଓ ଶେଷ ରଜ। କିନ୍ତୁ କେଉଁଠି କେଉଁଠି ଏହାକୁ ୫ ଦିନ ଧରି ପାଳନ କରାଯାଇଥାଏ। ଯେପରି, ସଜବାଜ, ତା’ପରେ ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ଓ ୫ମ ଦିନ ବସୁମତୀ ସ୍ନାନ ବା ଭୂଇଁ ଦହନ ।

ଜୟ ଜଗନ୍ନାଥ ।🙏🙏।ଡଃ ପ୍ରକାଶ ତ୍ରିପାଠୀ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!