ଓଡିଶା ଖବର

ବରିଷ୍ଠ ଶିକ୍ଷୟିତ୍ରୀ କୁସୁମ ମଞ୍ଜରୀ ବହିଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭବାନୀପାଟଣା,୩/୭(AKN NEWS): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତ ଅନ୍ତର୍ଗତ ଧଅଁରାମାଲ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ କୁସୁମ ମଞ୍ଜରୀ ବହିଦାରଙ୍କୁ ରୁପ୍ରା କ୍ଲଷ୍ଟର ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞା ପନ କରାଯାଇଛି। ରୁପ୍ରା ୟୁପି ସ୍କୁଲ ପରିସରରେ ତିତକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଜିଲ୍ଲା ଭାବେ ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ରୁପ୍ରା ସରପଞ୍ଚ ଡଲି ବେହେରା, ସିଆରସିସି ଡମ୍ବରୁଧର ସାହୁ, ଶିକ୍ଷାବିତ୍ ଆଦିକନ୍ଦ ସାହୁ, ରୁପ୍ରା ୟୁପି ସ୍କୁଲ୍ ପ୍ରଧାନ ଶିକ୍ଷକ ମାନସ ମାଝୀ, କର୍ମେଗାଁ ୟୁପି ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ଟି. ହେଲିମା ବେବି, ମୁଖ୍ୟ ବକ୍ତା କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା ତଥା ଅବସର ନେବାକୁ ଯାଉଥିବା ବରିଷ୍ଠ ଶିକ୍ଷୟିତ୍ରୀ କୁସୁମ ମଞ୍ଜରୀ ବହିଦାର ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ଶିକ୍ଷକ କ୍ଷମାଶୀଳ ସାହୁ। ପ୍ରକାଶ ଯୋଗ୍ୟ ଯେ ୩୬ବର୍ଷ ଧରି ଶିକ୍ଷୟିତ୍ରୀ ଶ୍ରୀମତୀ ବହିଦାର ଧଅଁରାମାଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିବା ସହ ଛାତ୍ରଛାତ୍ରୀ ତଥା ସହକର୍ମୀଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ସେହିପରି ଶ୍ରୀମତୀ ବହିଦାର ଜଣେ ସ୍ନେହୀ ଓ ସମୟାନୁବର୍ତ୍ତି ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଛନ୍ତି। ଏହି ଅବସରରେ କ୍ଲଷ୍ଟରର ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଶିକ୍ଷକ ବିଜୟ କୁମାର ବିଶ୍ବାଳ ସଭା ପରିଚାଳନା କରିଥିବାବେଳେ ଧନ୍ୟବାଦ୍ ଦେଇଥିଲେ ଶିକ୍ଷକ କ୍ଷମାଶୀଳ ସାହୁ। କାର୍ଯ୍ୟକ୍ରମରେ କ୍ଲଷ୍ଟରର ଶିକ୍ଷୟିତ୍ରୀ ଗୌରୀ ବିହାରୀ, ରାମଚନ୍ଦ୍ର ସାହୁ, ରୂପାଧର ମାଝୀ, ଶିଶୁଦାସ ହରପାଲ୍, ଜୟଲକ୍ଷ୍ମି ସେଠୀ, ସୁଜାତା ମହାପାତ୍ର, ମୌସୁମୀ ଚୌଧୁରୀ, ଯୋଗବ୍ୟାସ ଭୋଇ, ପାର୍ଥ ପ୍ରଧାନୀ, ମହେନ୍ଦ୍ର ଶବର, ଅଲିଭା ରାଉତରାଏ, ନନ୍ଦିନୀ ମହାନନ୍ଦିଆ, ଲକ୍ଷ୍ମଣ ନାଏକ, ମଧୁସ୍ମିତା ପାଣିଗ୍ରାହୀ, ଖିରେଶ୍ୱରି ମାଝୀ, ତୃପ୍ତିମୟୀ ଛତ୍ରିଆ, ଉମାଶଙ୍କର ପ୍ରଧାନ, ଦୁର୍ଯ୍ୟୋଧନ ମାଝୀ, ମନ୍ଦାକିନୀ ବିଶ୍ଵାଳ, ସତ୍ୟନାରାୟଣ ପଣ୍ଡା, ବବିତା ମିଶ୍ର, ଯୁଗଳ ବିଶ୍ଵାଳ, ଗୋପାଳ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!