ସାତଦିନିଆ ସ୍ଵତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍’ଘାଟିତ

(AKN NEWS): ନୂଆପଡ଼ା ଜିଲ୍ଲା ସ୍ଥିତ ଖଡ଼ିଆଳ (ସ୍ଵୟଂଶାସିତ) ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ୟୁନିଟ୍ ଓ ସତ୍ୟସାଇ ସେବା ସଦନ, ଖଡ଼ିଆଳର ମିଳିତ ଆନୁକୁଲ୍ୟରେ ସାତଦିନିଆ ସ୍ଵତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦ୍’ଘାଟିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡ. ସୁରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଯୁକ୍ତତିନି ଅଧ୍ୟକ୍ଷ ଡକ୍ଟର ତରୁଣ କୁମାର ପ୍ରଧାନ ଓ ଯୁକ୍ତଦୁଇ ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା ଉଦ୍’ଘାଟନ କରିଥିଲେ । ତାସହିତ ପ୍ରତ୍ୟେକ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ଗୋଟିଏ ଗଛ ମାଆ ନାମରେ ରୋପଣ କରି ତାର ଯତ୍ନ ନେବାକୁ ଉତ୍ସାହିତ କରିଥିଲେ । ଏଥିରେ ନୂଆପଡ଼ା ଜିଲ୍ଲା ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ସଂଯୋକିକା ଶ୍ରୀମତୀ ପ୍ରଣତି ପଣ୍ଡା, ଅଧ୍ୟାପକ ସୁନିଲ କୁମାର ପାଢ଼ୀ, ଡକ୍ଟର ସରୋଜ କୁମାର ପଣ୍ଡା, ଡକ୍ଟର ଶୁଭ୍ରାଂଶିସ୍ ବାରିକ, ଶୁଭେନ୍ଦୁ ନିଆଲ, ତଥାଗତ ରାଉତ୍ ଓ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥିଲେ ।
ଶିବିରର ପ୍ରଥମ ଦିନରେ ଏନ୍.ଏସ୍.ଏସ୍ ସ୍ୱେଚ୍ଛାସେବୀ ଓ ସତ୍ୟସାଇ ସେବା ସଦନର ସ୍ୱେଚ୍ଛାସେବୀମାନେ ମିଶି ମହାବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷ ରୋପଣ କରିବା ସହ ଆଗାମୀ ଦିନରେ ମଧ୍ୟ ଦୁଇଶହରୁ ଅଧିକ ବୃକ୍ଷ ରୋପଣ କରି ତାର ଯତ୍ନ, ସୁରକ୍ଷା ଓ ସଚେତନତା ସମ୍ପର୍କିତ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ AKN NEWS


