ଓଡିଶା ଖବର

ବଳରାମ ବଗର୍ତ୍ତି ଙ୍କୁ ନିର୍ବାଚନ ଲଢ଼ିବାକୁପ୍ରାର୍ଥୀ ଘୋଷଣା କଲା କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା।ସୁଯୋଗ ମିଳିଲେ ଲୋକେ ଙ୍କ ମୌଳିକ ଅଧିକାର ର ସ୍ବର ବିଧାନସଭା ରେ ଉଠାଇ ହେବ : ବଳରାମ ବଗର୍ତ୍ତି।

(AKN NEWS): ପାଟଣାଗଡ଼ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ଅଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶ ସମ୍ଭବ ହୋଇପାରିବ ବୋଲି କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଶାରଦା ଲଜ ରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀର ସୂଚନା ଦିଆଯାଇଛି । ଡିଙ୍ଗର କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମ୍ମିଳନୀ ରେ ଜନସନ ନାଗ , ସୁବାସ ଆଚାର୍ଯ୍ୟ, ଶାନ୍ତନୁ ବୁଦ୍ଧିଆ,ବରଗଡ଼ ରୁ କୋଶଳପ୍ରେମୀ ଦମଣୀ ଦନ୍ତା,ପ୍ରତିଶ ଦାସ, ଅଂଶୁମାନ ନନ୍ଦ, ନନ୍ଦନ ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମିଳନୀରେ ଦେଶ ସ୍ବାଧୀନତା ଦୀର୍ଘ ୭୫ ବର୍ଷ ଅଞ୍ଚଳର ବିକାଶ ଯେତେ ମାତ୍ରା ହେବା କଥା ତାହା ନିର୍ବାଚିତ ଜନପ୍ରତିନିଧି ମାନଙ୍କ ଇଚ୍ଛାଶକ୍ତିର ଅଭାବ ଓ ସ୍ବରବୀହିନ ଯୋଗୁଁ ଲୋକମାନେ ସାଧାରଣତଃ ମୌଳିକ ଅଧିକାର ବାର୍ଦ୍ଧକ୍ୟ ଭତ୍ତା ,ଆବାସ ,ରାସନ୍ ଭଲି ଯୋଜନାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ମାଆ ମାଟି ର ସନ୍ତାନ ହୋଇ କେତେ ଦିନ ଆଉ ଚୁପ୍ ହୋଇ ରହିବା , ପଶ୍ଚିମ ଓଡ଼ିଶାରେ ଖଣି ଖାଦାନରେ ଭରପୁର ରହିଥିଲେ ମଧ୍ୟ , ଅଭାବୀ ବିକ୍ରି ,ଏଠାରେ ଶିଳ୍ପ କାରଖାନା ନଥିବାରୁ ଲୋକେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି, ଶିକ୍ଷା, ଚାକିରି କ୍ଷେତ୍ରରେ ମଧ୍ୟ ପଛୁଆ ଅଞ୍ଚଳକୁ ପାତରଅନ୍ତର କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିଲେ ମଧ୍ୟ ଏଠାରେ ଅଫିସ ନ ରଖି ଭୂବନେଶ୍ଵର ରେ ରଖାଯାଇଛି ଏବଂ ସବୁବେଳେ ଅବହେଳା କରାଯାଉଛି ବୋଲି ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ । ପାଟଣାଗଡ଼ ଡ଼ାକ୍ତରଖାନାରେ ଡାକ୍ତର ଅଭାବ, ବୈଷୟିକ ଶିକ୍ଷା ବା ଧନ୍ଦାମୂଳକ ଶିକ୍ଷା ସମ୍ପର୍ଣ୍ଣ ଅପହଞ୍ଚ ହୋଇଥିବା ବେଳେ ସର୍ବପୁରାତନ ଜବାହରଲାଲ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର ଦାବୀ ସତ୍ତ୍ୱେ ଖୋଲାଯାଇ ନାହିଁ । ଅନ୍ୟପକ୍ଷରେ ଅଞ୍ଚଳ ରେ ବହୁଳ ପରିମାଣରେ କପା ଚାଷ ହେଉଥିବା ବେଳେ ସୁତା ଫେକ୍ଟ୍ରି ନାହିଁ , ମହୁଲ ର ଉଚିତ ମୂଲ୍ୟ ମିଳୁନାହିଁ, ସୁପ୍ରସିଦ୍ଧ ହରିଶଙ୍କର ବୈଶାଖ ମେଳା କୁ ରାଜ୍ୟ ସ୍ତରୀୟ ମାନ୍ୟତା ମିଳିନାହିଁ ,ରାନିଦର ନଦୀବନ୍ଧ ଯୋଜନା ରେ ଜମି ଅଧିଗ୍ରହଣ ପରେ ମଧ୍ୟ କାର୍ଯ୍ୟକାରୀ ହେଉନାହିଁ , ଶିତଭଣ୍ଡାର ନାହିଁ ,ଖେଳପଡିଆ ନାହିଁ ଯାହାକି ନିର୍ବାଚିତ ଜନପ୍ରତିନିଧି ମାନଙ୍କ କାର୍ପଟଦାର ମାନଙ୍କର ପାରିବାପଣ ର ଏକ ପ୍ରଶ୍ନ ଉଠୁଛି ବୋଲି କୋଶଳ ପ୍ରେମୀନେତା ମାନେ ମତ ପୋଷଣ କରିଥିଲେ । ଦୀର୍ଘ ଦିନ ରୁ ପାଟଣାଗଡ଼ ଅଞ୍ଚଳରେ ଲାଗି ରହିଥିବା ସମସ୍ୟାର ସମାଧାନ ସହ ସ୍ୱତନ୍ତ୍ର କୋଶଳ ରାଜ୍ୟ ଲାଗି ୨୦୨୪ ସାଧାରଣ ରେ ନିର୍ବାଚନ କୋଶଳ ପ୍ରେମୀ ବଳରାମ ବଗର୍ତ୍ତି ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ମୁଁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଲୋକଙ୍କ ସେବା କରିବି ବୋଲି କହିଥିଲେ । ଏଥିରେ ଶତାଧିକ କୋଶଳ ପ୍ରେମୀ ଯୋଗଦେଇଥିଲେ । ଜନସନ ନାଗ ସ୍ବାଗତ ଭାଷଣ ଦେଇଥିବାବେଳେ ସୁବାସ ଆଚାର୍ଯ୍ୟ ପରିଚାଳନା କରିଥିଲେ

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!