ଓଡିଶା ଖବର

ବହୁ ପ୍ରତିକ୍ଷିତ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଘାଟିତ ମଶାଲ ଶୋଭାଯାତ୍ରା ରେ ବଜା ସାଲ ଓ ବିଭିନ୍ନ ନୃତ୍ୟରେ ଦୁଳୁକି ଗଲା କେସିଙ୍ଗା

କଳାହାଣ୍ଡି, ୨୭/୧୨,ଜଗନ୍ନାଥ ନାଏକ, ଏକେଏନ୍ ନ୍ୟୁଜ : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ତାହାର ବାର୍ଷିକ ଉତ୍ସବ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ମଙ୍ଗଳବାର ଦିନ ମହା ଆଡମ୍ବରରେ କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଉଦଘାଟିତ ହୋଇ ଯାଇଛି ।ସକାଳ ୧୦ ଘଣ୍ଟା ସମୟରେ ଉପ ଜିଲ୍ଲାପାଳ ଓ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତ ପ୍ରଥମେ ଅନୁଷ୍ଠାନ ର ପତାକା ଉତ୍ତୋଳନ କରିଥିଲେ।ପରେ ଅନୁଷ୍ଠାନ ର କର୍ମକର୍ତ୍ତା କେସିଙ୍ଗା ର ଇଷ୍ଟଦେବୀ ମା ବୁଢ଼ା ଡଙ୍ଗର ଙ୍କ ମନ୍ଦିରରୁ ବିରାଟ ମଶାଲ ଶୋଭାଯାତ୍ରା ରେ ମା ଅମ୍ବେ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ କୁ ଆସିଥିଲା ଶୋଭା ଯାତ୍ରା ରେ ବଜାସାଲ ଓ ବିଭିନ୍ନ ପ୍ରକାର ଲୋକନୃତ୍ୟ ରେ କେସିଙ୍ଗା ସହର କମ୍ପି ଉଠି ଥିଲା। ପରେ ଦିନ ୧୨ ଟା ବେଳେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ମଞ୍ଚ ଉଦ୍ଘାଟକ ଭାବରେ ଯୋଗଦେଇ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ମଞ୍ଚ ଉଦ୍ଘାଟନ କରିଥିଲେ।ପରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ କୁ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଓଡ଼ିଶା ଅନୁପମ ସାହା ଉଦ୍ଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ନିର୍ବାହୀ ଅଧିକାରୀ କଳାହାଣ୍ଡି ସଚିନ ପାୱାର, ବିଶାଖାପାଟଣା ରେଳ ବିଭାଗ ଏ ଡି ଆର୍ ଏମ୍ ମନୋଜ ସାହୁ ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ,ଓ କେସିଙ୍ଗା ନଗରପାଳ ନୃପ ରାଜ ଯାଦବ ପ୍ରମୁଖ ମଞ୍ଚାସିନ ଥିଲେ। ଆଜି ପ୍ରଥମ ସନ୍ଧ୍ୟା ରେ ଆସାମ ର ଵିହୁ,ଓଡ଼ିଶୀ, ପଶୁନୃତ୍ୟ, ସମ୍ବଲପୁରୀ, ବଜାସାଲ ରେ ଉପସ୍ଥିତ ଅତିଥି ତଥା ହଜାର ହଜାର ସଂଖ୍ୟା ରେ ଉପସ୍ଥିତ ଜନସାଧାରଣ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା।

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!