ଓଡିଶା ଖବର

ବାଣ ବିସ୍ଫୋରଣ ର ଆପତ୍ତି ଅଭିଯୋଗ ଗ୍ରହଣ ୫ ତାରିଖରେ

ପୁରୀ ୨/୬ (AKN NEWS): ନରେନ୍ଦ୍ର ପୋଖରୀ ରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ର ତଦନ୍ତ ଦାୟିତ୍ୱ ସରକାର ଙ୍କ ପକ୍ଷରୁ ଏସଆରସି ଙ୍କୁ ଦିଆଯାଇଛି।ଚଳିତ ମାସ ୫ ତାରିଖ ଅପରାହ୍ନ ୩ ଘଟିକା ଠାରୁ ୭ ଘଟିକା ପର୍ଯ୍ୟନ୍ତ ଏସଆରସି ପୁରୀ ସର୍କିଟ ହାଉସ ଠାରେ ବିଭିନ୍ନ ବ୍ୟକ୍ତି ବିଶେଷ, ପ୍ରତ୍ୟକ୍ଷଦର୍ଶୀ, ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଠାରୁ ବିସ୍ଫୋରଣ ସମ୍ପର୍କରେ ଆପତ୍ତି ଅଭିଯୋଗ ର ଶୁଣାଣି କରିବେ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।କେଉଁ ପରିସ୍ଥିତି ରେ ଏପରି ଘଟଣା ଘଟିଲା ଓ ଭବିଷ୍ୟତରେ ଏହାକୁ କିପରି ପ୍ରତିହତ କରାଯାଇ ପାରିବ ସେଥିପାଇଁ ତଦନ୍ତ କରାଯିବ।

ପୂରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!