ଓଡିଶା ଖବର

ମିନାକ୍ଷୀ ପାୱାର ପ୍ରଜେକ୍ଟରେ କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ

ମିନାକ୍ଷୀ ପାୱାର ପ୍ରଜେକ୍ଟରେ କାମ କରିବାକୁ ଯାଇ ବିଦ୍ୟୁତ ଆଘାତରେ ଶ୍ରମିକ ମୃତ୍ୟୁ

ବୈପାରିଗୁଡ଼ା ୧/୬ ବୈପାରିଗୁଡ଼ା ବ୍ଲକ ତେନ୍ତୁଳି ଗୁମ୍ମା ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମିନାକ୍ଷୀ ପାୱାର ପ୍ରଜେକ୍ଟ ଭିତରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ଶ୍ରମିକ ଜଣକ ତେନ୍ତୁଳି ଗୁମ୍ମା ଅନ୍ତର୍ଗତ ଅଁଳା ଗୁଡ଼ା ଗ୍ରାମର ରାମୁ ଭୂମିଆ (୩୫) ବାପା ଘେନା ଭୂମିଆ ବୋଲି ଜଣା ପଡ଼ିଛି।ସୂଚନା ଅନୁଯାୟୀ ରାମୁ ଭୂମିଆ ତେନ୍ତୁଳି ଗୁମ୍ମା ମିନାକ୍ଷୀ ପାୱାର ପ୍ରଜେକ୍ଟରେ କାମ କରନ୍ତି । ତେବେ ତେନ୍ତୁଳି ଗୁମ୍ମାରେ ଆଉ ଏକ ଛଟ ମିନାକ୍ଷୀ ପାୱାର ପ୍ରଜେକ୍ଟ କାମ ଚାଲୁ ରହିଥିବା ବେଳେ ସବୁଦିନ ଭଳି ଆଜି ମଧ୍ୟ ରାମୁ ଭୂମିଆ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲା। ରାମୁ ଛାତ ଉପରେ ପାଣି ଦେଇଥିବା ବେଳେ ହଟାତ ଛାତ ଉପରକୁ ଯାଇଥିବା ତାରରେ ରାମୁ ଲାଗି ଯାଇଥିଲା। ତେବେ ରାମୁ ତାରରେ ଲାଗିଯାଇଥିବା ଦେଖି ବିଦ୍ୟୁତ ସରବରାହ କାଟି ଦେଇଥିଲେ। ବିଦ୍ୟୁତ କାଟିବା ପରେ ରାମୁ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲା। ତେବେ ତଳେ ପଡ଼ିବା ପରେ ରାମୁକୁ ମିନାକ୍ଷୀ ପ୍ରଜେକ୍ଟ କ୍ଳିନିକରେ ନେଇଥିଲେ । କିନ୍ତୁ କ୍ଳିନିକରେ ପହଞ୍ଚେଇବାର ପୂର୍ବରୁ ରାମୁର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ରାମଗିରି ପାଣ୍ଠିରେ ପରିବାର ଲୋକେ ଖବର ଦେଇଥିଲେ। ଖବର ପାଇ ରାମଗିରି ପାଣ୍ଠି ଏ ଏସ ଆଇ ବଳରାମ ହିକକା ଘଟଣା ସ୍ଥଳରେ ପହଞ୍ଚି ରାମୁର ମୃତ୍ୟୁ ଶରୀରକୁ ଜବତ କରି ବୈପାରିଗୁଡ଼ା ଆଣିଥିଲେ। ଶବ ବ୍ୟବଚ୍ଛେଦ କରିବା ସମୟ ଅତିକ୍ରମ ହୋଇଥିବାରୁ ଶବ ବ୍ୟବଚ୍ଛେଦ ଗୃହରେ ରମୁର ମୃତୁ ଶରୀର ରଖାଯାଇଥିଲା। ଏବଂ ସଖାଳେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ନେଇ ଏ ଏସ ଆଇ ବଳରାମ ହୀକାକା ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!