ଓଡିଶା ଖବର

ବାତ୍ୟା ଦାନା ର ମୁକାବିଲା ପାଇଁ ପ୍ରଶାସନ ର ପ୍ରସ୍ତୁତି।ଭୟଭୀତ ନୁହେଁ ସତର୍କ ଓ ସଚେତନ ରହିବାକୁ ପ୍ରଶାସନ ର ଅନୁରୋଧ।

ପୁରୀ ୨୩/୧୦ (AKN NEWS): ବାତ୍ୟା ଦାନାର ମୁକାବିଲା ପାଇଁ ପ୍ରସ୍ତୁତି କୁ ଜୋରଦାର କରିଛି ପ୍ରଶାସନ।ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ ତଦାରଖ ଦାୟିତ୍ୱ ଦିଆଯାଇଛି।ଭୟଭୀତ ନୁହେଁ ସତର୍କ ଓ ସଚେତନ ରହିବାକୁ ଜିଲ୍ଲା ବାସୀ ଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।ବାତ୍ୟା ମୁକାବିଲା ପାଇଁ ଦୈନିକ ସମୀକ୍ଷା ସହ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଙ୍କୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ସହ କୋଣାର୍କ ଏନ ଏ ସି, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଙ୍କୁ କଣାସ ଓ ସତ୍ୟବାଦୀ ବ୍ଲକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଙ୍କୁ ଗୋପ ଓ ନିମାପଡ଼ା ବ୍ଲକ ସହ ନିମାପଡା ଏନ ଏ ସି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଙ୍କୁ ବ୍ରହ୍ମଗିରି ବ୍ଲକ ଓ କୃଷ୍ଣ ପ୍ରସାଦ ବ୍ଲକ ସାତପଡ଼ା ପାର୍ଶ୍ଵର ୭ ଟି ପଞ୍ଚାୟତ,ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଙ୍କୁ ପୁରୀ ପୌରପାଳିକା,ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର ଙ୍କୁ ପୁରୀ ସଦର ବ୍ଲକ,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ ଙ୍କୁ ପିପିଲି ଓ ଡେଲାଙ୍ଗ ବ୍ଲକ ସହ ପିପିଲି ଏନ ଏ ସି ଓ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା ଙ୍କୁ କୃଷ୍ଣ ପ୍ରସାଦ ବ୍ଲକ ଜହ୍ନି କୁଦା ପାର୍ଶ୍ଵର ୧୪ଟି ପଞ୍ଚାୟତ ପରିଚାଳନା ଦାୟିତ୍ୱ ଦିଆଯାଇଛି।ସେମାନେ ସଂପୃକ୍ତ ଅଞ୍ଚଳ କୁ ଗସ୍ତ ସହ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ସାଧାରଣ ଲୋକ ମାନଙ୍କୁ ସହାୟତା ଓ ସୁରକ୍ଷିତ ଭାବେ ରଖିବା ପାଇଁ ପଦକ୍ଷେପ ନେବେ।

ଜିଲ୍ଲାର ୧୭୯ ବହୁମୁଖୀ ଆଶ୍ରୟ ସ୍ଥଳକୁ ପ୍ରସ୍ତୁତ କରାଯାଇଥିବା ବେଳେ ବିକଳ୍ପ ୩୭୦ ଆଶ୍ରୟ ସ୍ଥଳକୁ ମଧ୍ୟ ପ୍ରସ୍ତୁତ କରାଯାଇଛି।ଇତି ମଧ୍ୟରେ ଓଡ୍ରାଫ ଓ ଏନ ଡି ଆର ଏଫ ର ୨ଟି ଲେଖାଏଁ ଟିମ ଜିଲ୍ଲାରେ ପହଞ୍ଚିଛନ୍ତି।ଅଗ୍ନିଶମର ୧୧ଟି ଟିମ୍ ପ୍ରତି ବ୍ଲକରେ ଥିବା ବେଳେ ଅତିରିକ୍ତ ୬ ଟି ଟିମ୍ ଜିଲ୍ଲା ପାଇଁ ରହିଛନ୍ତି।ସମୁଦ୍ର ମଧ୍ୟରେ ଥିବା ସମସ୍ତ ୩୭୧୭ ମାଛଧରା ବୋଟ କୂଳକୁ ଫେରେଇ ଅଣା ଯାଇଛି।ଏସଆରସି ର ୨୯ ଟି ବୋଟ ଜିଲ୍ଲା
ରେ ଉପଲବ୍ଧ ରହିଛି।୨୦୦ ଆପଦ ମିତ୍ର ସ୍ବେଚ୍ଛାସେବୀ ମହଜୁଦ ଅଛନ୍ତି।୮୫୬ ଗର୍ଭବତୀ ମା ଯେଉଁ ମାନଙ୍କ ପ୍ରସବ ସମୟ ଏକ ସପ୍ତାହ ମଧ୍ୟରେ ରହିଛି ସେମାନ ଙ୍କୁ ଚିହ୍ନଟ କରାଯାଇ ଚିକିତ୍ସାଳୟ କୁ ନିଆ ଯାଉଛି।ଜନସାଧାରଣ ଙ୍କୁ ସୁରକ୍ଷା ଦେବା ଓ ନିରାପଦ ରଖିବାକୁ ପ୍ରଶାସନ ସମସ୍ତ ପଦକ୍ଷେପ ନେବା ସହ ନିୟନ୍ତ୍ରଣ କକ୍ଷ ନମ୍ବର ୦୬୭୫୨-୨୨୩୨୩୭ ସହ ହେଲ୍ପ ଲାଇନ ନମ୍ବର ୧୦୭୭ ମଧ୍ୟ ଜାରି କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!