ଓଡିଶା ଖବର

ପୁରୀ ରେ ପହଞ୍ଚି ସ୍ଥିତି ସମୀକ୍ଷା କଲେ ପର୍ଯ୍ୟଟନ ସଚିବ

ପୁରୀ ୨୩/୧୦ (AKN NEWS): ବାତ୍ୟା ଦାନାର ପରିଚାଳନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଯୁକ୍ତ ପର୍ଯ୍ୟଟନ ବିଭାଗ ସଚିବ ବଲୱନ୍ତ ସିଂ ଆଜି ପୂର୍ବାହ୍ନରେ ପୁରୀ ରେ ପହଞ୍ଚିଛନ୍ତି।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ ପି ବିନୀତ ଅଗ୍ରୱାଲ ଙ୍କ ସହ ଆଲୋଚନା ପରେ ଶ୍ରୀ ସିଂ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ।କୋଣାର୍କ ଚନ୍ଦ୍ରଭାଗା ସ୍ଥିତ ବହୁମୁଖୀ ଆଶ୍ରୟ ସ୍ଥଳକୁ ପରିଦର୍ଶନ ସହ ଲୋକ ମାନଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ।ବିଦ୍ୟୁତ କଟିବାର ସମ୍ଭାବନା ଥିବା ରୁ ବିକଳ୍ପ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା,ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଚିକିତ୍ସା ସୁବିଧା ଇତ୍ୟାଦି ସମ୍ପର୍କରେ ସେ ଏନଏସି କର୍ତ୍ତୃପକ୍ଷ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ପରେ କୋଣାର୍କ ନୋଳିଆ ବସ୍ତି ଅନୁଧ୍ୟାନ କରି ବସ୍ତି ବାସିନ୍ଦା ମାନେ ସୁରକ୍ଷିତ ରହିବାକୁ ଆଶ୍ରୟ ସ୍ଥଳକୁ ଯିବାକୁ ପରାମର୍ଶ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!