ଯୋଗାଣ ବିଭାଗ ର ଧରପଗଡ ଜାରି

ପୁରୀ ୨୩/୧୦ (AKN NEWS): ବାତ୍ୟା ସମୟରେ ଯେପରି ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ର କଳାବଜାର ନ ହୁଏ ଓ ଖାଉଟି ହଇରାଣ ନ ହୁଅନ୍ତି ସେଥିପାଇଁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗାଣ ବିଭାଗ କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ବାତ୍ୟା ସମୟରେ କିଛି ଅସାଧୁ ବ୍ୟବସାୟୀ ଲାଭଖୋର ମନୋବୃତ୍ତି ନେଇ କଳାବଜାର କରିବା ସହ କୃତ୍ରିମ ଅଭାବ ସୃଷ୍ଟି କରି ସାଧାରଣ ଖାଉଟି ଙ୍କୁ ଶୋଷଣ କରିଥାନ୍ତି।ଆବଶ୍ୟକ ଠାରୁ ଅଧିକ ମୂଲ୍ୟ ରେ ସାମଗ୍ରୀ ବିକ୍ରି କରିଥାନ୍ତି।ଏହାକୁ ପ୍ରତିହତ କରିବା ସହ ସଠିକ ମୂଲ୍ୟ ରେ ସାମଗ୍ରୀ ଖାଉଟି କୁ ଯୋଗାଣ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧରପଗଡ ଜାରି ରହିଛି।ସମସ୍ତ ବ୍ୟବସାୟୀ ମାନଙ୍କୁ ଉଚିତ ମୂଲ୍ୟ ରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ପାଇଁ ପରାମର୍ଶ ଦିଆଯାଇଛି।ତାହାର ଅନୁଧ୍ୟାନ ପାଇଁ ଧରପଗଡ ଟିମ ଗଠନ ହୋଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରା ଯାଉଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା ସୂଚନା ଦେବା ସହ ଉଲ୍ଲଘଂନ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି।
ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS


