ଓଡିଶା ଖବର

ବାପା ମାଆ ଓ ଅବିଭାବକ ସମ୍ମିଳନୀ 

ନନ୍ଦାହାଣ୍ଡି:(AKN NEWS): ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗ ଉନ୍ନୟନ ବିଭାଗୀୟ ପକ୍ଷରୁ ନିଶ୍ନାହାଣ୍ଡି ବିଞ୍ଜିଗୁଡା ଓ କଟ୍ରାଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସହଭାଗୀ ରୂପେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ନିଶ୍ନାହାଣ୍ଡି ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀ ଅନ୍ୟାନ୍ୟ ଅତିଥିମାନେ ସ୍ଥାନୀୟ ସମିତି ସଭ୍ୟ ପଙ୍କଜ ମାଝୀ ବିଦ୍ୟାଳୟ କମିଟି ସଭାପତି ରାଜମୋହନ ଭତ୍ରା ଉପ ସଭାପତି କୋମଳ ଲୋଚନ ହରିଜନ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ପାତ୍ର ଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନ୍ୟାନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସପାଲ ରମେଶ ଚନ୍ଦ୍ର ବିଶ୍ଵାଳ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ପ୍ରମୁଖ ଉପସ୍ଥିତରହିଥିବା ବେଳେ ରବୀନ୍ଦ୍ର କୁମାର ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।

 କଟ୍ରାଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅତିଥିମାନେ ଅଧ୍ୟକ୍ଷା ରଶ୍ମିତା ମାଝୀ ,ଜିଲ୍ଲା ପରିଷଦ ସଭ୍ୟ ଅରୁଣ କୁମାର ମିଶ୍ର ,ସମିତି ସଭ୍ୟ ପୁଷ୍ପାଞ୍ଜଳି ହରିଜନ,କମିଟି ସଭାପତି ସୁନ୍ଦର ନାୟକ ମଂଗଳ ସଂପ୍ରସାଣ ଅଧିକାରୀ ପ୍ରିୟ ଚାନ୍ଦ ମଲ୍ଲିକ, ପ୍ରଧାନ ଶିକ୍ଷକ ବଂଶୀଧର ରଥ ,ମଞ୍ଚ ପରିଚାଳନା ସହକାରୀ ଶିକ୍ଷକ ପଦ୍ମନାଭ ହରିଜନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ବିଞ୍ଜିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଅତିଥି ଭାବେ ଧଣ୍ଡରାସମିତି ସଭ୍ୟ ସଂଗୀତା ନାୟକ, ବିଜେପି ମଣ୍ଡଳ ସଭାପତି ଭାବଗ୍ରାହୀ ବେନିଆ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ ,ସହକାରୀ ଶିକ୍ଷକ ମଚିନ୍ଦ୍ର ଶବର ସହ ଶିକ୍ଷକ ଶିକ୍ଷୟିତ୍ରୀ ଅନୁପମା ଖୋସଲା ମଞ୍ଚ ପରିଚାଳନା କରିଥିଲେ । ଅନ୍ୟାନ୍ୟ ଅଭିଭାବକ ଅଭିଭାବିକ ସହ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!