ଓଡିଶା ଖବର

ବାଲିଯାତ୍ରା ମହା ଉତ୍ସବ ନା ନେତାଙ୍କ ନିର୍ବାଚନୀ ମାରାଥନ୍ ଦୌଉଡ୍

(AKN NEWS): ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ୍ ପାତ୍ରପୁଟ ଗ୍ରାମପଞ୍ଚାୟତ ମେଂଗ୍ରା ଗ୍ରାମ ବାଲିଯାତ୍ରା ମହା ଉତ୍ସବ ଠାରେ, ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି, ତ୍ରିମୁଖି ଦଳର ନେତା ,MP ,MLA, ପ୍ରାର୍ଥୀ ପ୍ରାର୍ଥୀନୀ ଏବେ ବାଲିଯାତ୍ରା ମୂହା ହୋଇ ଥିବାବେଳେ, ମେଙ୍ଗ୍ରା ବାଲିଯାତ୍ରା ମହା ଉତ୍ସବରେ ଉପସ୍ଥିତ ହୋଇ, ବାଲି ଚାଙ୍ଗୁଡ଼ି ମୁଣ୍ଡରେ ବହି ଟହୋ ଟହୋ ମୁଣ୍ଡ ଫୋଟା ଖରାରେ ଝାଳ ନାଳ ହୋଇ ଗୁରୂମାଇ ଙ୍କ ସହ ଚାଲି ଚାଲି ଭିମା ଦେବଙ୍କ ପଦଯାତ୍ରାରେ ସାମିଲ୍ ହେବାର ଦୃଷ୍ୟ ଦେଖିବାକୁ ମିଳିଛି। ଏବଂ କଂଗ୍ରେସ ପୁରୁଖା ନେତା ଶ୍ରୀ ଭିମ ପାଣିଗ୍ରାହୀଙ୍କ ବାଲି ଚାଙ୍ଗୁଡ଼ି ମୁଣ୍ଡରେ ବହି ନାଚିବାର ଦୃଷ୍ୟ ବାଲିଯାତ୍ରାର ଭକ୍ତଙ୍କୁ ବେସ୍ ଆନନ୍ଦ ଭରି ଦେଇଥିବା ଦେଖିବାକୁ ମିଳିଛି।

ବାଲିଯାତ୍ରା ମହା ଉତ୍ସବ ଏକ ଆଦିବାସି ପରମ୍ପରା ଆଧ୍ୟାତ୍ମିକ ମେଳା, ବିଶ୍ବାସ ସ୍ଥଳୀ ହୋଇଥିବାବେଳେ।

ଏଥିରେ ମାଳ ମାଳ ନିର୍ବାଚନୀ ନେତା, ନେତ୍ରୀଙ୍କ ପ୍ରବଳ ଭିଡ଼ ଦେଖି , ସାଧାରଣ ଜନତା ଜନାର୍ଦ୍ଦନ ଚିନ୍ତାର ବାହାରେ ,

ଏହା ନିର୍ବାଚନ ଆଚରଣ ବିଧିର ଖିଲାପ୍ ନୁହେଁ ତୋ? ଏହା ଏକ ବିଶ୍ବାସ ସ୍ଥଳି ନା? ନିର୍ବାଚନୀ ମେଳା।ହଁ ଆଜ୍ଞା ଜାଗ୍ରତ ହେଲେଣି ଜନସାଧାରଣ ଅଳ୍ପ କିଛି ଦିନ ଭିତରେ ନେତାଙ୍କ ଭାଗ୍ୟ ଲେଖିବେ ଜନତା ଜନାର୍ଦ୍ଦନ।

ତେନ୍ତୁଳି ଖୁଣ୍ଟି ବ୍ଳକ୍ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!