ଓଡିଶା ଖବର
ବିମାନର ଜରୁରୀ ଅବତରଣ ଭୁବନେଶ୍ୱର ଏୟାରପୋର୍ଟରେ

ଭୁବନେଶ୍ୱର (AKN NEWS): ଆଜି ବି ରାଜ୍ୟରେ ଜାରି ରହିଥିଲା ଗ୍ରୀଷ୍ମ ପ୍ରବାହ। କିନ୍ତୁ ହଠାତ୍ ପାଗରେ ହୋଇଥିଲା ପରିବର୍ତ୍ତନ । ଆଉ ଚାହୁଁ ଚାହୁଁ ଘୋଟି ଆସିଲା କାଳବୈଶାଖୀ। ଯାହା ଫଳରେଖରା ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ। ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ତ୍ରାହି । ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା ହେଉଛି ।ୟାରୀ ଭିତରେ ଆଉ ଗୋଟେ ଖବର ସମ୍ନାକୁ ଆସିଛି l କୁଆପଥର ମାଡ଼ । ବିମାନର ଜରୁରୀ ଅବତରଣ । ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ବିମାନ। ଟେକଅପ୍ କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ । କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍ ଭାଙ୍ଗିବାରୁ ଜରୁରୀ ଅବତରଣ ।ବିମାନରେ ୧୭୦ ଯାତ୍ରୀ ଥିଲେ, ସମସ୍ତେ ସୁରକ୍ଷିତ ସୂଚନା ମିଳିଛି
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ AKN NEWS


