ଓଡିଶା ଖବର

ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ପାଳିତ

ବାମରା:୫/୩(AKN NEWS); ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୯ ତମ ଜୟନ୍ତୀ ଉତ୍ସବ ଆଜି କେ ସା ଇ ବା ହା ଲ ସମ୍ବାଦ ସାହିତ୍ୟ ଘର କାର୍ଯ୍ୟାଳୟ ସମ୍ମୁଖ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି । ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ସମାଜ ସେବୀ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି,ପଣ୍ଡିତ ଅଲେଖ କୁମାର ପତି ସମ୍ମାନିତ ଅତିଥି ଓ ସାମାଜିକ କର୍ମୀ ଉଦୟ ଚନ୍ଦ୍ର ଦ୍ବିବେଦୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସେମାନେ ତାଙ୍କ ଭାଷଣରେ ବିଜୁ ବାବୁ ଙ୍କ ସାହସିକ ପଦକ୍ଷେପ ଓ ବିଶ୍ଵ ବ୍ୟାପୀ ଲୋକ ପ୍ରିୟତାର ଉଚ୍ଚ ପ୍ରଶଂସା କରିଥିଲେ ।ଏହି ସଭାରେ ଏହି ଅଞ୍ଚଳ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାମାଜିକ କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇ ବିଜୁ ବାବୁଙ୍କୁ ଶ୍ରଦ୍ଧ।ସୁମନ ଜଣାଇଥିଲେ । ଶେଷରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀ ମଞ୍ଜରୀ ବହିଦାର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!