ଓଡିଶା ଖବର

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଡ ଏନ୍ ତିରୁମାଲା ନାୟକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ନବରଙ୍ଗପୁର(AKN NEWS ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀ ଡ ଏନ୍ ତିରୁମାଲା ନାୟକ ଆଜି ଦୁଇ ଦିନିଆ ଗସ୍ତରେ ନବରଙ୍ଗପୁର ଜିଲ୍ଲା ପରିଦର୍ଶନ କରିଛନ୍ତି। ସଚିବ ଙ୍କ ସହ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବିଶ୍ଵଜିତ ବର୍ମନ୍,ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଡି ଇ ଓ ଛତ୍ରପତି ସାହୁ, ବି ଡି ଓ ନବରଙ୍ଗପୁର ସୁନିଲ ଖୂରା, ବି ଡି ଓ, ନନ୍ଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ, ଡି ଡି ପ୍ଲାନିଂ ଏଶ୍ଚର୍ୟ ଭଞ୍ଜ,ନିର୍ବାହୀ ଅଧିକାରୀ ପୌରପାଳିକା ଅଶୋକ କର୍ଣ୍ଣ,ସି ଡି ଏମ ଓ ଡ଼ ସନ୍ତୋଷ କୁମାର ପଣ୍ଡା ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ।ସଚିବ ପ୍ରଥମେ ନବରଙ୍ଗପୁର ପୌରପାଳିକା ଜଳ ବିଶୋଧନ ପ୍ଲାଣ୍ଟ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବୁଝିଥିଲେ ଏବଂ ସାନକୁମୁଲି ସ୍ଥିତ ମଳ ଉପଚାର ପ୍ଲାଣ୍ଟ ମଧ୍ୟ ଗସ୍ତ କରି ନିର୍ବାହୀ ଅଧିକାରୀ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଏହାପରେ ସାନକୁସୁମୀ ପ୍ରାଥମିକ ବିଦ୍ୟାଳୟ ଏବଂ ପୌରପାଳିକା ଉଚ୍ଚ ବିଦ୍ୟାଳୟ ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀ ଙ୍କୁ ପାଠ ଉପରେ ବିଭିନ୍ନ ପ୍ରଶ୍ନ କରିଥିଲେ। ମାଗଣା ପୁସ୍ତକ,ମାଗଣା ସାଇକଲ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଉପରେ ପଚାରିଥିଲେ। ଛାତ୍ର ଛାତ୍ରୀଙ୍କ ୧୦ ମ ପରୀକ୍ଷା ଉତ୍ତୀର୍ଣ୍ଣ ପରେ ଭବିଷ୍ୟତ ରେ ତାଙ୍କର ଜୀବିକା,ବୃତ୍ତି,କ୍ଷେତ୍ର ଚୟନ ଉପରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ଭଲ ପାଠ ସହ ଭଲ ମଣିଷ ହେବାକୁ ଏବଂ ବାଲ୍ୟ ବିବାହ କୁ ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ। ପିଲାଙ୍କ ସାଙ୍ଗରେ ମଧ୍ୟାହ୍ନ ଭୋଜନ ଖାଇଥିଲେ।ଏହାପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳ ୟ ଗସ୍ତ କରି ରୋଗୀ ମାନଂକ ପାଇଁ ବିଭିନ୍ନ ସୁବିଧା ଓ ସରକାରୀ ବ୍ୟବସ୍ଥା ଦେଖିଥିଲେ।ରୋଗୀ ମାନଂକ ସହ ବାର୍ତ୍ତାଳାପ କରି ଔଷଧ,ଖାଦ୍ୟ, ଚିକିତ୍ସା ଉପରେ ବିଶେଷ ଗୁରୁତ୍ବ ଦେଇ ଡାକ୍ତର,ସ୍ଵାସ୍ଥ୍ୟ କର୍ମଚାରୀଙ୍କୁ ଠିକ୍ ରୂପେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!