ଓଡିଶା ଖବର

ବିଭିନ୍ନ ଜିଲ୍ଲାରେ ପହଞ୍ଚିଲା ନିମନ୍ତ୍ରଣ ପତ୍ର

ପୁରୀ ୨୬/୧୨ ,(AKN NEWS): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ଠାରୁ ବିଭିନ୍ନ ଜିଲ୍ଲା କୁ ନିମନ୍ତ୍ରଣ ପତ୍ର ପହଞ୍ଚିବା ଆରମ୍ଭ ହୋଇଛି।ଶ୍ରୀଲିଙ୍ଗରାଜ ଙ୍କୁ ନିମନ୍ତ୍ରଣ ପତ୍ର ଅର୍ପଣ ପରେ ବରିଷ୍ଠ ସେବାୟତ ଓ ଅଧିକାରୀ ମାନେ ବିଭିନ୍ନ ଜିଲ୍ଲା କୁ ଗସ୍ତ କରି ସମ୍ପୃକ୍ତ ଜିଲ୍ଲା ର ଦୁଇ ମୁଖ୍ୟ ମନ୍ଦିର ର ପ୍ରମୁଖ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।କାକଟପୁର ର ମା ମଙ୍ଗଳା ମନ୍ଦିର, କଟକ ଜିଲ୍ଲାର ନିଆଳି ମାଧବ ମନ୍ଦିର,ଖୋର୍ଦ୍ଧା ଜିଲ୍ଲାର ଗଡକଣ୍ଟୁଣିଆର ସୁଦର୍ଶନ ଦାରୁ କ୍ଷେତ୍ର, ଖୋର୍ଦ୍ଧା ର ଦାରୁକ୍ଷେତ୍ର ଦଧୀମାଛଗାଡିଆ,

ଖୋର୍ଦ୍ଧା ର ଜାଗୁଳାଇପୀଠ,ବୋଲଗଡ ଜଗନ୍ନାଥ ମନ୍ଦିର, ଚିଲିକା ଲୀଳା କ୍ଷେତ୍ର,ବାଲେଶ୍ଵର, ଜଗତସିଂହପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ସହଯୋଗରେ ଦୁଇ ପ୍ରମୁଖ ମନ୍ଦିର ର ମୁଖ୍ୟ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ ସହ ଶ୍ରୀକ୍ଷେତ୍ର କୁ ଲୋକାର୍ପଣ ଅବସରରେ ଆସିବାକୁ ସେବାୟତ ମାନେ ଅନୁରୋଧ କରିଥିଲେ।ସେହିପରି ମୁମ୍ବାଇ ର ଅନ୍ଧେରୀର ଜଗନ୍ନାଥ ମନ୍ଦିର ରେ ମଧ୍ୟ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା।ପ୍ରତ୍ୟେକ ସ୍ଥାନରେ ନିମନ୍ତ୍ରଣ ରେ ଯାଇଥିବା ଦଳ ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଜୟ ଜଗନ୍ନାଥ ଧ୍ୱନି ରେ ସେ ସ୍ଥାନ ପ୍ରକମ୍ପିତ ହୋଇ ଊଠିଥିଲା।ପ୍ରତ୍ୟେକ ସ୍ଥାନରେ ଏହି ପରିକ୍ରମା ପ୍ରକଳ୍ପ କୁ ବେଶ ପ୍ରଶଂସା କରାଯିବା ସହ ଏହା ଓଡ଼ିଶା ର ଗୌରବ ଓ ଐତିହ୍ୟ କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି ମତ ପ୍ରକାଶ ପାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!