ଓଡିଶା ଖବର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନିମନ୍ତ୍ରଣ ପତ୍ର ବଣ୍ଟନ

ପୁରୀ ୨୬/୧୨ ,(AKN NEWS): ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଆସନ୍ତା ଜାନୁୟାରୀ ମାସ ୧୭ ତାରିଖରେ ଅନୁଷ୍ଠିତ ହେବ।ଏଥିପାଇଁ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ କରିଛନ୍ତି।ଆଜି ପୂର୍ବାହ୍ନରେ ନୀଳାଦ୍ରି ଭକ୍ତ ନିବାସ ଠାରୁ ରାଜ୍ୟ ବାହାରକୁ ୧୭ ଗୋଟି ଓ ରାଜ୍ୟ ଭିତରେ ୧୩ ଗୋଟି ଟିମ ନିମନ୍ତ୍ରଣ ପତ୍ର ବଣ୍ଟନ ଯାତ୍ରାର ଶୁଭାରମ୍ଭ କରିଛନ୍ତି।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବ ତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ର ସମସ୍ତ ସଦସ୍ୟ,ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିମନ୍ତ୍ରଣ ପତ୍ର ବଣ୍ଟନ ଯାତ୍ରାରେ ସାମିଲ ଥିବା ସେବାୟତ ଓ ଅଧିକାରୀ ମାନଙ୍କୁ ସଫଳ ଯାତ୍ରାର ଶୁଭେଚ୍ଛା ଜଣାଇଥିଲେ।ଦିଲ୍ଲୀ, କୋଲକାତା,ଚେନ୍ନାଇ ମଦୁରାଇ, ବନାରସ,ବିଶାଖାପାଟଣା,ଜାମ୍ମୁ, ତ୍ରୀଭେନ୍ଦ୍ରମ,କାଠମାଣ୍ଡୁ,ଡେରାଡୁନ, ଅହମଦାବାଦ,ମୁମ୍ବାଇ,,ବିଜୟୱଡାତିରୁ ଅନନ୍ତପୁରମ,ଇନ୍ଦୋର, ନାସିକ ଓ

ଝାରଖଣ୍ଡ କୁ ଏହି ୧୭ ଟି ଟିମ ଗସ୍ତ କରି ସେଠାର ଥିବା ପ୍ରମୁଖ ମନ୍ଦିର ମାନଙ୍କ ରେ ପହଞ୍ଚି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ର ନିମନ୍ତ୍ରଣ ପତ୍ର ପ୍ରଦାନ ସହ ଉତ୍ସବ ରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରିବେ।ସେହିପରି ରାଜ୍ୟ ଭିତରର ସମସ୍ତ ୩୦ ଜିଲ୍ଲା କୁ ୧୩ ଟି ଦଳ ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲା ମାନଙ୍କ ର ପ୍ରମୁଖ ମନ୍ଦିରର ମୁଖ୍ୟ ମାନଙ୍କୁ ପୁରୀ ଆଗମନ ଓ ଲୋକାର୍ପଣ ଉତ୍ସବ ରେ ଯୋଗ ଦାନ ପାଇଁ ମଧ୍ୟ ନିମନ୍ତ୍ରଣ କରିବେ।ପରେ ସମସ୍ତ ସେବାୟତ ଓ ଅଧିକାରୀ ମାନେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ମହାପ୍ରଭୁ ଲିଙ୍ଗରାଜ ଙ୍କୁ ନିମନ୍ତ୍ରଣ କରିଥିଲେ।ଏହା ପରେ ନବୀନ ନିବାସ କୁ ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା।ଆଜି ମୁମ୍ବାଇ, ମଦୁରାଇ, ନିଉଦିଲ୍ଲୀ,ଅହମଦାବାଦ,କୋଲକାତା, ଚେନ୍ନାଇ, ବନାରସ,ବାଙ୍ଗାଲୋର, ଇନ୍ଦୋର, ତିରୁଅନନ୍ତପୁରମ ଅଭିମୁଖେ ନିମନ୍ତ୍ରଣ ପତ୍ର ପ୍ରଦାନକାରୀ ଟିମ ଗସ୍ତ କରିଛନ୍ତି।ଅନ୍ୟ ଟିମ ମାନେ ଆସନ୍ତା କାଲି ସେମାନଙ୍କ ଲକ୍ଷ୍ୟ ସ୍ଥଳକୁ ଯାତ୍ରା କରିବେ। ଏହି ଯାତ୍ରା ସମୟରେ ପାରମ୍ପରିକ ସଂକୀର୍ତ୍ତନ, ଶଙ୍ଖ ଧ୍ୱନି ମାଧ୍ୟମରେ ସ୍ୱାଗତ ଓ ବିଦାୟ ଦିଆଯାଇଥିଲା।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!