ବଡ଼ଦିନ ଅବସରରେ ଦାରିଙ୍ଗବାଡ଼ିରେ ଆନନ୍ଦ ଉଲ୍ଲାସ । ଧରାପୃଷ୍ଠକୁ ଅବତରଣ କଲେ ଶିଶୁଯୀଶୁ।

ଦାରିଙ୍ଗବାଡ଼ି , ୨୫/୧୨,(AKN News ) : ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଭଉଣୀ ମାନଙ୍କର ଦୀର୍ଘ ଦିନ ର ପ୍ରତୀକ୍ଷା ର ଅନ୍ତ ଘଟିଛି । ୨୫ ତାରିଖ ମଧ୍ୟ ରାତ୍ରି ରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ।ଏହି ଦିନକୁ ବର୍ଷ ସାରା ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଉତ୍ସାହ ସହ ଅପେକ୍ଷା କରିଥାନ୍ତି । ଦାରିଙ୍ଗବାଡ଼ି କ୍ୟାଥ୍ଲିକ ଚର୍ଚ୍ଚ ର ମୁଖ୍ୟ ଯାଜକ ମୁକୁନ୍ଦ ବଳିଆରସିଂ ଙ୍କ ନେତୃତ୍ୱରେ ମଧ୍ୟ ରାତିରେ ଯାଜକ ରାଜୀବ ଏବଂ ସହକାରୀ ଯାଜକ ଦିପକ ସକାଳ ଯଜ୍ଞ ରେ ପୌରହିତ୍ୟ କରିବା ସହ ପ୍ରଭୁ ଯୀଶୁଙ୍କ ଧରାବତରଣ ସମ୍ପର୍କରେ ଅମୃତ ବାଣୀ ପ୍ରଦାନ କରିଥିଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ଆଗମନ ରେ ଉତ୍ସବ ମୁଖର ହୋଇଛି ସହର ରୁ ଗ୍ରାମ ପର୍ଯ୍ୟନ୍ତ ।
ଏଥିପାଇଁ ଚଳ ଚଞ୍ଚଳ ହୋଇଛି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ର ସମସ୍ତ ଛୋଟ ବଡ ଚର୍ଚ୍ଚ ଓ ଉପାସନା ଗୃହ ।
ଦାରିଙ୍ଗ ବାଡ଼ି ର ରେ ଥିବା କ୍ୟାଥୋଲିକ ଚର୍ଚ୍ଚ ବାପଟିଷ୍ଟ ଚର୍ଚ୍ଚ ଓ ସମେତ ଛୋଟ ରୁ ବଡ଼ ପ୍ରତ୍ୟେକ ଚର୍ଚ୍ଚ ଓ ପ୍ରାଥନା ଗୃହ କୁ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଥିଲା । ପ୍ରେତ୍ୟକେ ନୂତନ ବସ୍ତ୍ର ପରିଧାନ କରି ଘରେ ଘରେ ପିଠା ପଣା କରି ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରିଛନ୍ତି। ପବିତ୍ର ବଡ଼ଦିନ ପାଇଁ ସବୁଠି ଆନନ୍ଦ ଉଲ୍ଲାସ ରହିଥିଲା। ଏଥ୍ସହ ଖ୍ରୀଷ୍ଟିୟ ଭାଇ ଭଉଣୀ ମାନେ ବଡ଼ଦିନ ଉପଲକ୍ଷେ ନିଜ ନିଜର ଘରକୁ ମଧ୍ୟ ସଜେଇବା ସହ ଆତ୍ମୀୟସଜନ ଙ୍କ ସହ ବଡ଼ଦିନ ବେଶ ଉତ୍ସାହ ରେ ପାଳନ କରିଥିଲେ । ଶାନ୍ତି ଶୃଙ୍ଖଳା ରେ କିଭଳି ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଏହି ଦିନକୁ ପାଳନ କରିବେ ସେଥିପାଇଁ ବ୍ଲକ ପ୍ରଶାସନ ବିଡ଼ିଓ ଗଦାଧର ପାତ୍ର ଏବଂ ତହସିଲଦାର ଶରତ ଶବର ପ୍ରତ୍ୟେକ ଚର୍ଚ୍ଚ ରେ ଉପସ୍ଥିତ ରହି ତଦାରଖ କରିଥିଲେ। ଦାରିଂବାଡ଼ି ପୋଲିସ ପକ୍ଷରୁ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଯେଭଳି ଶାନ୍ତି ଶୃଙ୍ଖଳା ର ସହ ଏହି ଦିନ ପାଳନ ହେବ ସେଥିପାଇଁ ପ୍ରତ୍ୟେକ ଚର୍ଚ୍ଚରେ ପୋଲିସ ମୁତୟନ ରହି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା |
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News


