ଓଡିଶା ଖବର

ବିଶ୍ୱ ଦରବାର ଶୁଣିବ ଓଡ଼ିଆ ପୁଅ ଅଭିଷେକ ଙ୍କ ବାର୍ତ୍ତା

ବିଶ୍ୱ ଦରବାର ଶୁଣିବ ଓଡ଼ିଆ ପୁଅ ଅଭିଷେକ ଙ୍କ ବାର୍ତ୍ତା

AKN NEWS-ଆସନ୍ତା ସପ୍ତାହ ରେ ସମଗ୍ର ବିଶ୍ୱ ଶୁଣିବ ଭାରତ ତଥା ଓଡିଶା ର ଓଡ଼ିଆ ପୁଅ ର କଥା, ଅଜବ ଲାଗୁଥିଲେ ବି ବିଷୟ ଟି ସତ, ବିଶ୍ୱ ସୁନାମି ସଚେତନତା ସମ୍ମିଳନୀ ଯାହା ସୁର୍ଯୋଦୟ ଦେଶ ଜାପାନ ରେ ଅନୁଷ୍ଠିତ ହେବା ପାଇଁ ଯାଉଛି,ଯେଉଁଥିରେ ପୃଥିବୀ ର ଚାଳିଶ ରୁ ଅଧିକ ଦେଶ ର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିବାକୁ ଯାଉଛନ୍ତି,ସେହି ପରିପ୍ରେକ୍ଷୀରେ ରେ ଓଡିଶା ର ଅଗ୍ରୀମ ଶିକ୍ଷାନୁଷ୍ଠାନ ଟି. ଏନ. ଟି ର ଅଧ୍ୟୟନରତ ଛାତ୍ର ଅଭିଷେକ ସାମନ୍ତରାୟ, ଓଡିଶା ର ଏକ ମାତ୍ର ପ୍ରତିନିଧି ତଥା ଭାରତ ର ପାଞ୍ଚ ଜଣ ପ୍ରତିନିଧି ଙ୍କ ମଧ୍ୟରେ ସମ୍ମାନ ର ସହ ଆସନ୍ତା ସପ୍ତାହ ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ରେ ଅଂଶଗ୍ରହଣ କରି ଟି. ଏନ. ଟି., ଗଞ୍ଜାମ, ଓଡିଶା ତଥା ଭାରତ ର ନାମ କୁ ସମଗ୍ର ପୃଥିବୀସାମ୍ନା ରେ ପ୍ରତିପାଦନ କରିବାକୁ ଯାଉଛନ୍ତି, ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ଅଜୟ କୁମାର ଦ୍ବିବେଦୀ ଙ୍କ ଉପସ୍ଥିତି ରେ ଅଭିଷେକ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ସହ ଛାତ୍ର ଛାତ୍ରୀ ମାନେ ଆଗାମୀ ସମୟ ଶୁଭମୟ ଏବଂ ଗୌରବମୟ ହେବା ନିମନ୍ତେ କାମନା କରିଛନ୍ତି, ଏହି ସଫଳତା ର ସମସ୍ତ ଶ୍ରେୟ ସେ ନିଜ ପିତା ମାତା, ବଡ ଭାଇ, ତଥା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସର୍ବୋପରି ଜଗତ ର ନାଥ ଜଗନ୍ନାଥ ଙ୍କୁ ପ୍ରଦାନ କରିଥିବା କଥା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!