ଶୁଣିଲାନି ପ୍ରଶାସନ, ନିଜସ୍ଵ ଅର୍ଥରେ ଗାଁ ରାସ୍ତା ମରାମତି କଲେ ଗ୍ରାମବାସୀ ।

ପାଟଣାଗଡ଼(AKN NEWS): ନିଜ ଅର୍ଥରେ ରାସ୍ତା ମରାମତି କଲେ ଗ୍ରାମବାସୀ । ରାସ୍ତା ମରାମତି ପାଇଁ ପ୍ରଶାସନ ଏବଂ ସରପଞ୍ଚକୁ ଗୁହାରି କରି ମଧ୍ୟ ନଶୁଣିବାରୁ ଗାଁ ରାସ୍ତା ନିଜେ ମରାମତି କଲେ ଗ୍ରାମବାସୀ । ନିଜ ଶ୍ରମ ଓ ଅର୍ଥ ଖର୍ଚ୍ଚ କରି ରାସ୍ତା ତିଆରି କଲେ । ବଲାଙ୍ଗୀର ଜିଲ୍ଲା ବେଲପାଡା ବ୍ଲକ ଭରୁଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଲକାନୀ ନୂଆପଡ଼ା ଗ୍ରାମରୁ ଡୁଙ୍ଗୁରିପାଲି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଖରାପ ଥିବାରୁ ଏବଂ ଦିନକୁ ଦିନ ଏହି ରାସ୍ତାରେ ଦୁର୍ଘଟନା ଘଟୁଥିବାରୁ ନିଜସ୍ଵ ଲୋକଙ୍କ ଠାରୁ ଅର୍ଥ ଆଦାୟ କରି ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ ଏ ପର୍ଯ୍ୟନ୍ତ ଏହି ଗାଁକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ । ତେବେ ଏହି ଗ୍ରାମକୁ ଯିବା ପାଇଁ ହେଲେ ଏକ ମାଟି ରାସ୍ତା ଦେଇ ଯିବାକୁ ପଡେ । ସେହି ରାସ୍ତା ଖାଲ ଖଲାମରେ ଭର୍ତ୍ତି ହୋଇ ଦୟନିଆୟ ଅବସ୍ଥା ହୋଇ ପଡିରହିଥିଲା । ଗ୍ରାମବାସୀ ବହୁବାର ଦାବି କରିବା ପରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା । ଧୀରେ ଧୀରେ ବର୍ଷା ଜଳରେ ମାଟି ଧୋଇ ହୋଇ ନଷ୍ଟ ହୋଇଯାଇଥିବା ବେଳେ ଏହି ରାସ୍ତାରେ ବର୍ଷା ଦିନରେ ଯାତାୟାତରେ କରିବାରେ ବହୁ ସମସ୍ୟା ଉପୁଜୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ବିରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଛି ।
ଗ୍ରାମବାସୀ ଅଭିଯୋଗ କରିଛନ୍ତି, ସରକାର ଗାଁକୁ ଚାଲ ଗାଁକୁ ଗଢ ନାରା ଦେଲେ ମଧ୍ୟ ଏହା କେବଳ କଥାରେ ରହିଯାଉଛି । ଗାଁରେ ବିକାଶର ରଥ ଗଡିପାରୁ ନାହିଁ । ଜିଲ୍ଲା ପ୍ରଶାସନ ତଥା ସ୍ଥାନୀୟ ପ୍ରଶାସନର ଅବହେଳା କାରଣରୁ ଗାଁରେ ଯାତାୟତ ପାଇଁ ରାସ୍ତା ନାହିଁ । ବର୍ଷା ଦିନେ ରାସ୍ତାରେ ଯିବା ଲୋକଙ୍କ ପାଇଁ କାଠିକର ପାଠ । ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇ ଜନ ପ୍ରତିନିଧି ବାରମ୍ବାର ପ୍ରତାରଣ କରିଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ତ୍ବେ ମଧ୍ୟ କିଛି ସୁଫଳ ନମିଳିବା କାରଣରୁ ନିଜେ ନିଜ ଅର୍ଥରେ ଗ୍ରାମ ରାସ୍ତା ମରାମତି କରିଛନ୍ତି ଗ୍ରାମବାସୀ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


