ଓଡିଶା ଖବର

ବୀରେନ୍ଦ୍ର ବାଗ ବିଧାୟକ ପ୍ରାଥୀ ଙ୍କ ଆୱାନ କ୍ରମେ ବନ୍ଦ ଡାକରା ସଇଁତଳା ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ

ସଇଁତଳା (AKN NEWS):ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ତଥା ଅନ୍ୟାନ୍ୟ ରାଜନୈତିକ ଦଳର ଆହ୍ୱାନ କ୍ରମେ ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବଲାଙ୍ଗୀର ଜିଲ୍ଲାର ସଇଁତଳା ସହରରେ ଦେଖିବାରୁ ମିଳିଛି । ସଇଁତଳା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ବସ୍‌ ଷ୍ଟପ ଛକ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଏହା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା ଅଫିସ ପ୍ରଭୃତି ସରକାରୀ ଅନୁଷ୍ଠାନକୁ ବନ୍ଦ ରଖାଯାଇଛି ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି |

ଅଶ୍ୱିନୀ ସାହୁଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!