ସ୍ବାମୀ ସତ୍ୟାନନ୍ଦ ସରସ୍ଵତୀଙ୍କ ଜନ୍ମ ଉତ୍ସବ ଅବସରରେ ରକ୍ତଦାନ ଶିବିର ( ସମସ୍ତେ ହେବା ଜଣେ ଜଣେ ରକ୍ତଦାତା)

ଧର୍ମଗଡ଼(AKN NEWS):କାଳୀ କୃଷ୍ଣ ସଂଘର ପ୍ରତିଷ୍ଠାତା ସଦଗୁରୁଦେ ଶ୍ରୀ ଶ୍ରୀ ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ପବିତ୍ର ଧରାବତରଣ ଦିବସ ୨୦ଜୁଲାଇ ଅବସରରେ ଓଡ଼ିଶା ରକ୍ତ କେନ୍ଦ୍ର ଧର୍ମଗଡ଼ ଠାରେ କାଳୀକୃଷ୍ଣ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି। ସଂଘ ପରିଚାଳକ ପୂଜ୍ୟଶ୍ରୀ ଜଗଦାନନ୍ଦଜୀ କହନ୍ତି ସମସ୍ତେ ଜୀବନରେ ଅତିକମରେ ଥରେ ମଧ୍ୟ ରକ୍ତଦାନ କରନ୍ତୁ। ସମସ୍ତେ ରକ୍ତଦାତା ହେଲେ ରକ୍ତ ଅଭାବରୁ କାହାର ଜୀବନ ଯିବ ନାହିଁ। ପାଞ୍ଚଦିନ ବ୍ୟାପି ବିଭିନ୍ନ ସାମାଜିକ ସେବା ଓ ସଚେତନତା ମାଧ୍ୟମରେ ଜନ୍ମ ଉତ୍ସବ ପାଳନ ହେଉଥିବାବେଳେ ଆଜି ଶ୍ରୀ ଜଗଦାନନ୍ଦଜୀଙ୍କ ମାର୍ଗଦର୍ଶନରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧିର କୁମାର ପଟ୍ଟଯୋଶୀ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସମାଜସେବୀ ହୃଷୀକେଶ ମିଶ୍ର,ଡ. ଚତୁର୍ଭୁଜ୍ ପାଢି ଉପସ୍ଥିତ ରହିଥିଲେ। କାଳୀକୃଷ୍ଣ ସଂଘର ସଭାପତି ସଂଜୟ କୁମାର ପଣ୍ଡା , କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟାନନ୍ଦ, ସଂପାଦକ ମୋହନ ଚରଣ ବିଷି, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଖମାରୀ , ସହ ସଂପାଦକ ଜିତେନ୍ଦ୍ର ପଣ୍ଡା ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ନବୀନ ମେହେର, ସୁଜିତ ଠାକୁର, ପ୍ରଦୁମ୍ନ ପଣ୍ଡା, ନାରାୟଣ ସାହୁ, ପ୍ରମୋଦ ଆଚାର୍ଯ୍ୟ,କ୍ରିଷ୍ଣା ମେହେର, ବିବେକ ସାହୁ,ମନୋଜ ରଥ କାଳୀକୃଷ୍ଣ ବାହାନୀ, ପ୍ରଜ୍ଞା ବାହିନୀ,ମିଡିଆସେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାଳୀକୃଷ୍ଣ ସଂଘର ୩୭ ଜଣ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁମାନେ ରକ୍ତଦାନ କରିଥିଲେ। ଧର୍ମଗଡ଼ ରକ୍ତକେନ୍ଦ୍ର ତରଫରୁ ଏଟି ଗଜାନନ ବେହେରା, ତିରୁପତି ମୁଣ୍ଡ, ନିଗମାନନ୍ଦ ଗୋପାଳ, ଭରତ ଚନ୍ଦ୍ର କାଣ୍ଡ, ଶଶି ବାଗ, ପଞ୍ଚାନନ ମାଲି, ଡମ୍ବରୁଧର ମେହେର ସହଯୋଗ କରିଥିଲେ।
ବ୍ୟୁରୋ ରିପୋର୍ଟ AKN NEWS


