ଓଡିଶା ଖବର

ବୃକ୍ଷ ରୋପଣ କରି ନୂଆଁଖାଇ ଭେଟଘାଟ ପାଳନ(ବୃକ୍ଷ ଓ ଶସ୍ୟ ଜଗତ ଓ ଜୀବନ ପାଇଁ ଆବଶ୍ୟକ)

ଉଛଳା(AKN NEWS):ଜୟପାଟଣା ବ୍ଲକ ଅନ୍ତର୍ଗତ କାଳୀକୃଷ୍ଣ ସଂଘ ଉଛଳା ଶାଖା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ନୂଆଖାଇ ପରେ ଜୁହାର ଭେଟ ଏକ ପରମ୍ପରା ରହିଛି। ନୂଆଖାଇ ଭେଟଘାଟରେ ଶିଷ୍ୟଶିଷ୍ୟା ମାନେ ଗୁରୁଙ୍କର ଦର୍ଶନ କରିବା ସହ ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ମାନଙ୍କର ମଧ୍ୟରେ ଜୁହାର ଭେଟ ହୋଇ ଥାଏ। ସଂଘ ତରଫରୁ ଗୁରୁଜୀ ଓ ଅତିଥିମାନଙ୍କୁ ମହାସମାରୋହରେ ସ୍ବାଗତ ପରେ ଶ୍ରୀଗୁରୁ ପୂଜନ ଅନୁଷ୍ଠିତ ହୋଇଥିଲା। ପରେ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ, ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦ ଜୀ, ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ମଞ୍ଚାସୀନ ହୋଇଥିଲେ। କାଳୀକୃଷ୍ଣ ସଂଘ ପ୍ରତିଷ୍ଠାତା ସଦଗୁରୁଦେବ ସତ୍ୟାନନ୍ଦ ସରସ୍ଵତୀ ମହାରାଜ ପ୍ରକୃତିର ସଂରକ୍ଷଣ ପାଇଁ ୪୨ବର୍ଷ ଧରି ମହାବିଷ୍ଣୁ ଯଜ୍ଞର ଆୟୋଜନ କରିଆସୁଛନ୍ତି। ବର୍ଷର ବିଭିନ୍ନ ସମୟରେ ବୃକ୍ଷ ରୋପଣ କରି ବଞ୍ଚାଇବାପାଇଁ ଅହରହ ଚେଷ୍ଟା ଚାଲିଛି। ବୃକ୍ଷ ଓ ଶସ୍ୟର ମହାନତା ପ୍ରତିପାଦିତ ପାଇଁ ଉଛଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଗଦାନନ୍ଦଜୀ ମହାରାଜ ବୃକ୍ଷ ପୂଜନ ଓ ରୋପଣ କରି ଛାତ୍ରଛାତ୍ରୀଙ୍କୁ ନିଜ ଜନ୍ମ ଦିନରରେ ବୃକ୍ଷ ରୋପଣ କରିବାକୁ ପ୍ରୋତ୍ସାହିତ କରିଥିଲେ। ନୂଆଖାଇ ହେଉଛି ପ୍ରକୃତି ପ୍ରତି ସମ୍ମାନ, ପ୍ରକୃତିର ଉପାସନା, ବୃକ୍ଷ ଓ ଶସ୍ୟ ଜଗତ ଏବଂ ଜୀବନକୁ ଆବଶ୍ୟକ ବୋଲି ଶ୍ରୀ ଜଗଦାନନ୍ଦଜୀ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଂଜାମ ଜିଲ୍ଲାର ଶୁଭେଚ୍ଛୁ ଓ ଭକ୍ତବୃନ୍ଦ ଉପସ୍ଥିତ ରହିଥିଲେ। ଉଛଳା ଶାଖା ସଂଘର କର୍ମକର୍ତ୍ତା, ଶିଷ୍ୟ ଶିଷ୍ୟା ଓ ଶୁଭେଚ୍ଛୁ ନୂଆଖାଇ ଭେଟଘାଟ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାଳୀକୃଷ୍ଣ ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!