ସୁନାଚେନ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ ।

ତେନ୍ତୁଳୀଖୁଣ୍ଟି ( AKN NEWS):ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଅଞ୍ଚଳଗୁମା ପଂଚାୟତ ସଦର ମହକୁମାର ନାରାୟଣ ବିଷୋୟୀଙ୍କ ଝିଅ ଗ୍ରେସୀମଣି ବିଷୋୟୀ ସନ୍ଧ୍ୟା ସମୟରେ ନିଜ ସାହିରେ ଥିବା ନଳକୂପରୁ ପାଣି ଆଣିବା ସମୟରେ ଜଣେ ଦୁର୍ବୃତ ବେପାରୀ ତାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଚମ୍ପଟ ମାରିଥିଲା |ଏନେଇ ପରିବାର ପକ୍ଷରୁ ଗତ 5ତାରିଖରେ ତେନ୍ତୁଳୀଖୁଣ୍ଟି ଥାନାରେ ଏତଲା ଦିଆଯାଇଥିଲା |
ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନାରେ କେସ ନଂ 189/25 ରେ ଏକ ମାମଲା ରୁଜୁ କରାଯିବା ସହିତ ଥାନା ଅଧିକାରୀ ପ୍ରଣବ କୁମାର ଟୁଡୁଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ମହେଶ୍ୱର କିର୍ଷାନୀ ଏକ ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ |ଗତ 7ତାରିଖରେ ପୂଜାରୀଗୁଡା ଗ୍ରାମର ତ୍ରିବେଣୀ ଛକ ଠାରେ ଚମ୍ପଟ ମାରିଥିବା ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି |ଗିରଫ ହୋଇଥିବା ଲୁଟେରା ଜଣକ କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅନ୍ତର୍ଗତ ଡୁମୁରୀପଦର ଗ୍ରାମ ନିଖିଳ ଦଣ୍ଡସେନା(21)ବୋଲି ଜଣାପଡିଛି |ଅଭିଯୁକ୍ତଙ୍କ ଠାରୁ ଅଢେଇ ତୋଳା ସୁନାଚେନ ଉଦ୍ଧାର କରାଯିବା ପରେ କେସ ନଂ 309(6)ଭାରତୀୟ ଆଇନ ସହାୟତାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ନବରଙ୍ଗପୁର ରୁ ଘାସିରାମ ହରିଜନ ଙ୍କ ରିପୋର୍ଟ AKN NEWS


