ଓଡିଶା ଖବର

ବେହେରା ଠାରେ ଜିଲ୍ଲା ସ୍ତରୀୟ କୋଶଲିଆ ଯୁବ ଯାଦବ ସମ୍ମିଳନୀ ଏକତା ରହିଲେ ରାଜନୀତିରେ ଗୁରୁତ୍ଵ ବଢ଼ିବ

(AKN NEWS): ସଂଗଠିତ ହେଲେ ସାମାଜିକ କ୍ଷେତ୍ରରେ ଉନ୍ନତି ବୃଦ୍ଧି ପାଇବା ସହିତ ଅର୍ଥନୀତି ସୁଦୃଢ ହୋଇ ପାରିବ। ଆଜିର ଦିନରେ ଏକତା ଓ ସଂଗଠିତ ହେବାର ଆବଶ୍ୟକ ରହିଛି। ଏକତା ରହିଲେ ସମାଜ ଉନ୍ନତିକରଣ ହେବାସହ ରାଜନୈତିକ କ୍ଷେତ୍ରରେ ଗୁରୁତ୍ଵ ରହିବ ବୋଲି ଶନିବାର ଦିନ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୋଶଲିଆ ଯୁବ ଯାଦବ ସମାଜ ସମ୍ମିଳନୀରେ ମଞ୍ଚାସୀନ ସମାଜର ବରିଷ୍ଠ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବେହେରା ଗୋରୁ ବଜାର ପ୍ରାଙ୍ଗଣରେ ଦଣ୍ଡପାଟ କୋଶଲିଆ ଯୁବ ଯାଦବ ସମାଜ ସଂଗଠନ ସଭାପତି କିଶୋର ଚନ୍ଦ୍ର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚାରଗଡ଼ କୋଶଲିଆ ସମାଜ ପ୍ରବକ୍ତା ଭୁବନେଶ୍ଵର ରାଉତ, ମୁଖ୍ୟ ବକ୍ତା ଭାବେ ନୂଆପଡ଼ା କୋଶଲିଆ ଯାଦବ ସମାଜ ସମ୍ପାଦକ ତୁଳସୀରାମ ରାଉତ, ସମ୍ମାନିତ ଅତିଥି ଭାବେ ବେହେରା ଆଞ୍ଚଳିକ ସଭାପତି ତୁଳାରାମ ଗୋପାଳ, କଳାହାଣ୍ଡି କୋଶଲିଆ ଯାଦବ ସମାଜ ସମ୍ପାଦକ ହରିପ୍ରସାଦ ନାଗ, ଧର୍ମଗଡ଼ ବ୍ଲକ୍ ସଭାପତି ହେମନ୍ତ ନାଗ, କଳାହାଣ୍ଡି ମହିଳା ମଞ୍ଚ ସଭାପତି ପ୍ରେମା ବାଣୁଆ, ଦଣ୍ଡପାଟ ମହିଳା ସଂଗଠନ ସଭାପତି ସୁଚିତ୍ରା ଗୋପାଳ, ତାରେଶ୍ୱରୀ ସିନ୍ଦୂର ପ୍ରମୁଖ ଯୋଗ ଦେଇ କୋଶଲିଆ ଯାଦବ ସମାଜର ଯୁବବର୍ଗ କିପରି ନିଜ ଜାତିର ଭାଷା, ପ୍ରଥା ଓ ପରମ୍ପରାକୁ ସୁରକ୍ଷା ଦେଇ ଗତିଶୀଳ କରାଇବେ ଏବଂ ନିଜକୁ ଶିକ୍ଷା, ବ୍ୟବସାୟ, ଚାକିରି କ୍ଷେତ୍ରରେ ଅଗ୍ରଣୀ କରି ଏକ ଶୈକ୍ଷିକ ଆର୍ଥିକ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହେବେ, ସେ ଦିଗରେ ଯୁବଗୋଷ୍ଠୀକୁ ଅଭିପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ଯ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଶହ ଶହ ମହିଳା ପୁରୁଷ ଯୋଗ ଦେଇଥିଲେ। ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାଂଗଠନିକ ସଭାପତି କ୍ଷୀରସିନ୍ଧୁ ବାଣୁଆ ଓ ଦେବାନନ୍ଦ ରାଉତ ପରିଚାଳନା କରିଥିବା ବେଳେ ଦଣ୍ଡପାଟ କୋଶଲିଆ ଯାଦବ ସମାଜ କର୍ମକର୍ତ୍ତା ଗୁଣନିଧି ନାଗ, ସଂପାଦକ ଈଶ୍ଵର ବାଣୁଆ, ଶୁଶିଲ ଚନ୍ଦ୍ର ନାଗ, ମହେଶ୍ବର ଗୋପାଳ, ରଙ୍ଗାଧର ନାଗ, ବିପିନ ଘଉତ, ଭିକାରୀ ଚରଣ ଗୋପାଳ, ଚମନ୍ ଗୋପାଳ, ଦିବାକର ଭଇଁଶାଲ,ବଜେନ୍ଦ୍ର ଭଇଁଶାଲ ପ୍ରମୁଖ ସହଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!