ଓଡିଶା ଖବର

ବୈପାରିଗୁଡ଼ା ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର

(AKN NEWS): ବୈପାରିଗୁଡ଼ା ଅଞ୍ଚଳରେ ପୁଣି ଥରେ ଲାଗିଲା ମାଓ ପୋଷ୍ଟର । ଗତ କିଛି ଦିନ ଧରି ନିରବତା ପରେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୁମ୍ବିଖାରୀ ଅଞ୍ଚଳର ଗଛରେ କିଛି ଲୋକଙ୍କୁ ଟାର୍ଗେଟ କରି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମାଓ ପୋଷ୍ଟରଟି କେବେ ଲାଗିଛି ତାହା ପୋଲିସ ବିଭାଗଙ୍କ ପାଖରେ କିଛି ସୂଚନା ନଥିବା ବେଳେ ବିଏସଏଫ୍ ଯୋବାନ୍ ତଦନ୍ତ କରୁଥିବା ସୂଚନା ରହିଛି। ପୋଷ୍ଟରରେ ନିଜ ସଂଘଠନର ଲୋକଙ୍କୁ ଟାର୍ଗେଟ କରିଥିବା ନେଇ ଲେଖା ରହିଛି। ତେବେ କୁମ୍ବିଖାରି ଅଞ୍ଚଳରେ ମାପ ପୋଷ୍ଟର ଲାଗିଥିବା ନେଇ ଲୋକେ କହୁଥିବା ବେଳେ ଏହା କେତେଦୂର ସତ୍ୟ ତାହା ଏ ପର୍ଯ୍ୟନ୍ତ ସ୍ପୋଷ୍ଟ ହୋଇନାହିଁ ।

ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!