ଓଡିଶା ଖବର

୧୫୧ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

ପୁରୀ ୭/୨ (AKN NEWS): ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୫୧ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ତିରୁପତି ଭେଲୋର ପରିଭ୍ରମଣ କରିବା ସହ ଚଳିତ ମାସ ୧୩ ତାରିଖରେ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶୀଷ ପଟ୍ଟନାୟକ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ଆରଟିଓ ରବିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରେଡକ୍ରସ ସଦସ୍ୟ ଜୟନ୍ତୀ ମହାପାତ୍ର, ମଧୁମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ତୀର୍ଥଯାତ୍ରୀ ଙ୍କୁ ସହାୟତା କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!