ଓଡିଶା ଖବର

ବ୍ରହ୍ମଗିରି 32 ପଂଚାୟତ ପ୍ରତିନିଧି ଙ୍କ ଭୂମିହୀନ ଆନ୍ଦୋଳନ ପ୍ରସ୍ତୁତି ବୈଠକ l

(AKN NEWS):ବ୍ରହ୍ମଗିରି 32 ପଂଚାୟତ ପ୍ରତିନିଧି ଙ୍କ ଭୂମିହୀନ ଆନ୍ଦୋଳନ ପ୍ରସ୍ତୁତି ବୈଠକ l ଭୂମିହିନ ଆନ୍ଦୋଳନ ର ବଢ଼ୁଛି ବଳ l ଆଜି କଟକ ପଡ଼ା ମା ସାଥୀ ଭଉଣୀ ପ୍ରାଙ୍ଗଣ ଦିବା 11 ଘଟିକା ସମୟରେ “ଭୂମିହୀନ ଦଳିତ ସଂଗ୍ରାମ ସମିତି, ବ୍ରହ୍ମଗିରି” ର ଏକ ଗୁରୁତତ୍ୱପୂର୍ଣ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୂଚନା ଥାଉକି, ଗତ 16 May 2025 ତାରିଖରେ ମୂଖ୍ୟ ମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଙ୍କୁ ସମିତିର ଚିଠି ମାଧ୍ୟମରେ ଅନୁରୋଧ ପରେ ରାଜ୍ୟ ସରକାର ରାଜସ୍ବ ମନ୍ତ୍ରୀଙ୍କ ତରଫରୁ ଗତ 20 May 2025 ତାରିଖ ରେ ପ୍ରତି ଭୂମିହୀନ ଓ 4ଡ଼ିସିମିଲ ରୁ କମ୍ ବ୍ୟକ୍ତିଙ୍କୁ 4 ଡ଼ିସିମିଲ ଘର ଡିହ ପଟ୍ଟା ପ୍ରଦାନ ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ପରେ ଆଜି ପ୍ରଥମେ ରାଜ୍ୟ ସରକାରଙ୍କୁ ସମିତି ତରଫରୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା l ଏହି ଘୋଷଣା ରେ ବ୍ରହ୍ମଗିରି ଭୂମିହୀନ ଙ୍କ ସହ ରାଜ୍ୟର ହଜାର ହଜାର ଭୂମିହୀନ ଉପକୃତ ହେବେ l ହେଲେ ସମିତି ଖାଲି ଘୋଷଣା ରେ ଖୁସି ନହୋଇ ବ୍ରହ୍ମଗିରି ରେ ଏକ ମାସ ରୁ ଅଧିକ ଲଗାତର ଚାଲିଆସୁଥିବା ଭୂମିହୀନ ଆନ୍ଦୋଳନକୁ ଦିଲ୍ଲୀ କୃଷକ ଆନ୍ଦୋଳନ ଭଳି ଆହୁରି ତୀବ୍ରତର କରି ନିଜର ମୌଳିକ ଅଧିକାର 4 ଡ଼ିସିମିଲ ଘରଡିହ ପଟ୍ଟା ହାସଲ ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବ ବୋଲି ସମିତି ପକ୍ଷରୁ ଘୋଷଣା କରାଯାଇଛି l 32 ପଂଚାୟତ ର ସଭାପତି ଓ ସଂପାଦକ ନିଯୁକ୍ତି ହେବା ପରେ ଏକ କୋର୍ କମିଟି ଗଠିତ ହୋଇଥିଲା l ଏହି କୋର୍ କମିଟି ବ୍ରହ୍ମଗିରି ତହସିଲର ର 32 ପଂଚାୟତ ଭିନ୍ନ ଭିନ୍ନ ଦଳିତ ଆଦିବାସୀ ଗ୍ରାମ ଓ ହବ୍ ବୁଲି ଲୋକ ସଚେତନ ସହ ଆନ୍ଦୋଳନକୁ ତୀବ୍ର ତର କରିବା ପାଇଁ ଦୃଢ଼ ନିଷ୍ପତ୍ତି ନିଆଗଲା l ସୋମ ବାର ଯାଏ ସରକାରି ଛୁଟି ଥିବାରୁ, ଆସନ୍ତା ମଙ୍ଗବାର 27 May 2025 ରେ 32 ପଂଚାୟତ ପ୍ରତିନିଧି ସହ କୋର୍ ଟିମ୍ ବ୍ରହ୍ମଗିରି / ପୁରୀ ଜିଲ୍ଲା ପ୍ରଶାସକ ସମେତ ରାଜ୍ୟ ପ୍ରସlସକ ଙ୍କୁ ସାକ୍ଷାତ କରି ଆନ୍ଦୋଳନ ର ଶେଷ ଦାବି ପତ୍ର ପ୍ରଦାନ କରି ପରବର୍ତ୍ତୀ କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କୁ ଓହ୍ଲାଇବ l ଏହି ଗୁରୁତ୍ୱ ପୂର୍ଣ୍ଣ ବୈଠକ ରେ ବ୍ରହ୍ମଗିରି ତହସିଲର 32 ପଞ୍ଚାୟତ ତଥା ବ୍ରହ୍ମଗିରି 25 ଓ କୃଷ୍ଣ ପ୍ରାସାଦ ର 7 ପଞ୍ଚାଯତ ର ପ୍ରତିନିଧି ସହ ଶତାଧିକ ହିତାଧୀକାରୀ ମାନେ ଯୋଗ ଦେଇଥିଲେ l ବ୍ରହ୍ମଗିରି ର ବିଶିଷ୍ଟ ଦଳିତ ନେତା ରାମ ଚନ୍ଦ୍ର ଭୋଇ ଏହି ସଭାରେ ସଭା ପତିତ୍ଵ କରିଥଲେ l ଏଥିରେ ସଂଗଠନ ସଭାପତି ଆଡଭୋକେ ଟ୍ ରଘୁନାଥ ସାହୁ ଉପସ୍ଥିତ ଥିଲେ ଓ ସଂଯୋଜକ କ୍ରାନ୍ତିବିର ଶ୍ୟାମଳେନ୍ଦୁ ପ୍ରଧାନ ଙ୍କ ସଂଯୋଜନା ରେ ରେ ଅନୁଷ୍ଠିତ ହୋଇଥିଲା l ବୈଠକ ରେ ସଂଗଠନ ନୂତନ ଖାତା ଖୋଲାଯିବା ସହ ସମସ୍ତ ସଭ୍ୟଙ୍କୁ ପଞ୍ଜୀକୃତ କରାଯାଇ WhatsApp Group ଓ Fb ଗ୍ରୁପ୍ ରେ ଯୋଡ଼ା ଗଲା l ଶେଷରେ ସଂଗଠନ ର ସୋସିଆଲ ମିଡ଼ିଆ ପ୍ରଭାରୀ ନକୁଳ ବେହେରା ଧନ୍ୟବାଦ୍ ଅର୍ପଣ କରିବା ସହ ଭାରତ ମାତା କି ଜୟ ନାରା ଦେଇଥିଲେ l ଏହି ବୈଠକ ରେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଜୟ କମିଟି ସଭାପତି ବିହାରୀ ବନ୍ଧୁ ପଲଇ ଙ୍କ ସହ ଚାଷୀ ନେତା ପୀତବାସ ବେହେରା, ଉପ ସଭାପତି ଭୀମସେନ ଦାସ, ସହ ସମ୍ପାଦକ ଲବଙ୍ଗ ବେହେରା, ପ୍ରତାପ ବେହେରା, ସାମାଜିକ ଗଣ ମାଧ୍ୟମ ପ୍ରଭାରୀ ନକୁଳ ବେହେରା, ନାରୀ ନେତ୍ରୀ ବିଳାସିନୀ ସାହୁ ପ୍ରମୁଖ ଉପସ୍ଥିତି ଥିଲେ l

କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!