ଭବାନୀପାଟଣାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ ର ବୁଦ୍ଧି ଜୀବି ବୈଠକ.

(AKN NEWS):ଆଜି ସ୍ଥାନୀୟ ଆମ୍ବେଦକର ଭବନ ଠାରେ ମୂଳନୀବାସୀ ବହୁଜନ ମିଳିତ ମହାସଂଘ କଳାହାଣ୍ଡି ତରଫରୁ ଏକ ବୁଦ୍ଧି ଜୀବି ବୈଠକ ଅନୁଷ୍ଠିତ ହୋଇଥିଲା. ଉକ୍ତ ବୈଠକର ପ୍ରାରମ୍ଭରେ ବୁଦ୍ଧ ଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ତ୍ରିଶରଣ ଓ ପଞ୍ଚଶୀଳ ଗାନ କରାଯାଇଥିଲା।
ପରେ ମହାସଂଘ ର ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ଦୁରିଆ ଉକ୍ତ ସଂଗଠନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଜିର ବୈଠକ ଆହ୍ୱାନ ର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ. ଉକ୍ତ ମହାସଂଘ ଦଳିତ, ଆଦିବାସୀ, ପଛୁଆ ବର୍ଗ, ସଂଖ୍ୟା ଲଘୁ ର ଲୋକ ମାନଙ୍କ ସାମ୍ବିଧାନିକ ହକ ଅଧିକାର ଉପରେ ସଂଘର୍ଷ କରିବା ସହିତ ଏହି ସମାଜର ମୁକ୍ତି ପାଇଁ ସମ୍ପୂର୍ଣ୍ଣ କ୍ରାନ୍ତି ର ଆହ୍ୱାନ ଦେଇଥିଲେ. ପଶ୍ଚିମ ଓଡିଶାର ବିଭିନ୍ନ ବହୁଜନ ସଂଗଠନ ଉପରେ ଏକତା ଓ ଉତ୍ତମ ବୁଝାମଣା ସୃଷ୍ଟି କରିବା, ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ପାଇଁ ଆନ୍ଦୋଳନ କରିବା ଏହି ସଂଗଠନ ର ଅନ୍ୟାୟ ପ୍ରମୁଖ ଉଦେଶ୍ୟ ।
ଉକ୍ତ ବୈଠକ ରେ ଧୀମାନ ଗୁରୁଚରଣ ହରିପାଲ, ଶ୍ରୀବତ୍ସ ତାଣ୍ଡି, ଯତୀନ୍ଦ୍ର କର, ଏସ. ସୁଜାତା, ଧନୁର୍ଯ୍ୟୟ ନାଏକ, ଶଶୀଭୁଷଣ ମଙ୍ଗରାଜ, ହାତୀରାମ ଦୁର୍ଗା, ରାମ ସେନାପତି, ମୁନିଆ ସିପକା, ଲୋକନାଥ ନାଗ, ଯୁଧିଷ୍ଠିର ଭଗତ, କବିତା ବାଗ, ବିଜୟା ଲକ୍ଷ୍ମୀ ସ୍ବର୍ଣ୍ଣ, ଡୋଳେଶ୍ୱର ନାଏକ, କମଳା ବିହାରୀ, ଯୋଗେଶ ତାଣ୍ଡି, ଜୟ ପ୍ରକାଶ ଜାଲ, ବିନୋଦ ନାୟକ, ଖଗପତି ନାଏକ, କାମ୍ପଲ ସେଠିଆ,ରମଣୀ ଦୁରିଆ, ଚିତ୍ରସେନ ମଙ୍ଗରାଜ,ସତ୍ୟାନନ୍ଦ ନାଗ ସ୍ନେହ ଲତା ଦୁର୍ଗା ଆଦି ଅନେକ କର୍ମକର୍ତ୍ତା ଯୋଗଦେଇଥିଲେ ଓ ଆଗାମୀ ଦିନରେ ସଂଗଠନ କୁ ସୁଦୃଢ କରାଯିବାକୁ ନିଷ୍ପତ୍ତି ନେଇଥିଲେ. ଦିଗାମ୍ବର ଦୁରିଆ
ବ୍ୟୁରୋ ରିପୋର୍ଟ AKN NEWS


