ଓଡିଶା ଖବର

ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଠାରେ ନେହେରୁ ଯୁବକେନ୍ଦ୍ର ଓଡିଶା ଆନୁକୁଲ୍ୟରେ ଦୁଇଦିନ ଧରି ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ଭୁବନେଶ୍ୱର,(ଏକେଏନ୍ ନ୍ୟୁଜ୍ ): ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ ଠାରେ ନେହେରୁ ଯୁବକେନ୍ଦ୍ର ଓଡିଶା ଆନୁକୁଲ୍ୟରେ ଦୁଇଦିନ ଧରି ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଜଳ ଶକ୍ତିମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭ ଉଧ୍ଘଟାନ କରିଥିଲେ । ଏବଂ ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଇସିଏମ୍ଆର- ଏମ୍ ଆର୍ ଏମ ଆର୍ ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏବଂ ସୋଆ ବିଶ୍ବ ବିଦ୍ୟାଳୟ ଛାତ୍ର ମଙ୍ଗଳ ଡିନ ଡକ୍ଟର ଜ୍ୟୋତି ରଞ୍ଜନ ଦାସ ଏବଂ ନେହେରୁ ଯୁବକେନ୍ଦ୍ର ରାଜ୍ୟ ନିର୍ଦ୍ଦେଶକ ହୋନି ସିନ୍ନା । ଉକ୍ତ କାର୍ଯ୍ୟକ୍ରମରେ ‘ମେରୀ ମାଟି ମେରାଦେଶ’ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାବେଳେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର ପୁରସ୍କାର ଗ୍ରହଣ କରିଥଲେ। ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଷଣ ପ୍ରତିଯୋଗୀତା ରେ ଶୁଭଲକ୍ଷ୍ମୀ ଦାସ ଦିତୀୟ ସ୍ଥାନ କରିଥିଲେ ଏବଂ ତାଙ୍କୁ ସାର୍ଟିଫିକେଟ ସହ ୭୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ। । ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଆଦିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ମାଟିଆ, କଳାହାଣ୍ଡି ଦିତୀୟ ସ୍ଥାନ ଅଧିକାର କରିଥିଲେ, ତାଙ୍କୁ ସାର୍ଟିଫିକେଟ ସହ ୨୫୦୦୦ ଟଙ୍କା ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସ୍ଵେ୍ଛାସେବୀ ମିଲନ କୁମାର ଭୋଇ ଜିଲ୍ଲା ତରଫରୁ ନେତୃତ୍ବ ନେଇଥିବା ବେଳେ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମୋଚନ ପୋଢ଼, ସୋଭାବନ୍ ମାଝୀ, ମଳୟ ମାଝୀ, ହୁକମେ ଗୋଡଡ, ତୁଲବତି ଗଉଡ ସମେତ ସମସ୍ତ ସଦୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରିଥିଲା। ଜିଲ୍ଲା ପାଇଁ ସଫଳତା ଅର୍ଜନ କରିଥିବା ପ୍ରତିଭାଗିଙ୍କୁ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର କୃତଞତା ଜ୍ଞାପନ କରିଥିଲେ।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!