ଭୂମିପୁତ୍ର ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ

କୁଚିଣ୍ଡା:(AKN NEWS): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ସ୍ବାଧିନତା ସଂଗ୍ରାମୀ ତଥା ଭୂମି ପୁତ୍ର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ କୁ ବାଲମତି ଦେହୁରୀ ନର୍ସିଂ କଲେଜ ରେ ଆଜି ପାଳିତ ହୋଇ ଯାଇଛି ।ଏହି ଅବସରରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ,ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପିକା ସୁଶ୍ରୀ ପଲ୍ଲବୀ ତାଣ୍ଡିଆ ପ୍ରାରମ୍ଭିକ ସୂଚନା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ବିଜୁ ବାବୁ ଙ୍କ ମୁଖ୍ୟ ମନ୍ତ୍ରିତ୍ୱ ବେଳେ ବିଧାୟକ ଥିବା ବୃନ୍ଦାବନ ମାଝୀ ବିଜୁ ବାବୁ ଙ୍କ ସ୍ମୁତି ରୋମନ୍ଥନ କରିବା ସହ ସେ ଅଭୂତ ପୂର୍ବ ଦେଶ ପ୍ରେମୀ ଥିଲେ ବୋଲି କହିଥିଲେ ।ସଭାପତି ଶ୍ରୀ ନାୟକ ତାଙ୍କ ସଭାପତି ଅଭିଭାଷଣ ରେ ବିଜୁ ବାବୁ ଜଣେ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ବ୍ୟକ୍ତିତ୍ଵ ହେବା ସହ ସ୍ଵାଧୀନତା ସଂଗ୍ରାମୀ ଥିଲେ ବୋଲି କହିଥିଲେ ।ଶେଷରେ ନର୍ସିଂ ଛାତ୍ରୀ ସୌକିନି ମହାନନ୍ଦିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସଭାରେ ବିଜୁ ବାବୁ ଙ୍କ ଅମର ଆତ୍ମାର ସଦ ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ପୂର୍ବରୁ ନାରୀ ନେତ୍ରୀ ରଜନୀ ପଟେଲ ଙ୍କ ନେତୃତ୍ୱରେ ନର୍ସିଂ କଲେଜ ଛାତ୍ରୀ ଯମୁନା ବାଗ,ସୁଜାତା ବାଗ,ଲିଲିମା ମିର୍ଧା ,ଆଶା କୁଜୁର , ବୈଷ୍ଣବୀ କିସାନ, ମିତା କିସାନ, ସୀମା ମାଝୀ,ଅଞ୍ଜଳି ସୁରିନ, ବବି ପୂର୍ଣ୍ଣିମା କୁଯୁର, ବର୍ଷା ଧୂରୁଆ, ଚୁମକି ଶୁନାନି,ମହିମା ଶୁନାନି, ମୌସୁମୀ କିସାନ, ଶାନ୍ତି ମୁଣ୍ଡା, ଲିଯା ମିର୍ଦ୍ଧା, ଗୁରୁବାରି ଓରାମ, ସୁରମା ନାଏକ ପ୍ରମୁଖ କଲେଜ୍ ଆଖ ପାଖ ଅଞ୍ଚଳ ସଫେଇ କରି ବିଜୁ ବାବୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


