ଓଡିଶା ଖବର

ମକ ଡ୍ରିଲ ଆସନ୍ତା କାଲି ଅପରାହ୍ନ ୪ଟା ରେ

ପୁରୀ(AKN NEWS):ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି।ଆସନ୍ତା କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପୁରୀ ବଡ଼ଦାଣ୍ଡ ଟାଉନ ଥାନା ନିକଟରେ,ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳ ଓ ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ସହ ଜିଲ୍ଲା ର ମୋଟ ୨୩ ସ୍ଥାନରେ ଏହି ମକ ଡ୍ରିଲ ର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ଏହି ମକ ଡ୍ରିଲ ଆୟୋଜନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଙ୍କ ପରାମର୍ଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ମକ ଡ୍ରିଲ ପାଇଁ ସରକାର ଧାର୍ଯ୍ୟ କରିଥିବା ମାର୍ଗଦର୍ଶିକା ଆଧାର ରେ ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଅନୁରୋଧ କରିଥିଲେ।ଅପରାହ୍ନ ୪ଟା ରେ ସାଇରନ ୫ ମିନିଟ ପାଇଁ ବାଜିବ।ସାଇରନ ଶବ୍ଦ ଶୁଣିବା ମାତ୍ରେ ବାହାରେ ଥିବା ପ୍ରତ୍ୟେକ ନାଗରିକ ସୁରକ୍ଷିତ ଛାତ ଘର,କୋଠା, ବିଲ୍ଡିଂ ଇତ୍ୟାଦି ମଧ୍ଯ କୁ ପ୍ରବେଶ କରି ସୁରକ୍ଷିତ ରହିବେ।ସେମାନଙ୍କୁ ସୁରକ୍ଷା କର୍ମୀ,ଆପଦ ମିତ୍ର, ସେଣ୍ଟ ଜନ ଆମ୍ବୁଲାନ୍ସ,ଏନସିସି, ଏନ ଏସ ଏସ ,ରେଡକ୍ରସର ସ୍ବେଛାସେବୀ ମାନେ ସହଯୋଗ କରିବେ।ଆକ୍ରମଣ ଶେଷ ହେବାର ସୂଚନା ଭାବେ ପୁନଶ୍ଚ ସାଇରନ ବାଜିଲେ ନାଗରିକ ମାନେ ପୂର୍ବବତ ସ୍ବଭାବିକ କାର୍ଯ୍ୟ କରି ପାରିବେ।ଏହି ମକ ଡ୍ରିଲ ସମୟରେ ଅଭ୍ୟାସ ପାଇଁ ଆହତ ହୋଇ ଥିବା ଲୋକ ଙ୍କୁ ଉଦ୍ଧାର ଓ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ହୋଇ ରହିଥିବ।ଏ ସବୁ ମକ ଡ୍ରିଲ ବା ଛାୟା ଅଭ୍ୟାସ ର କାର୍ଯ୍ୟକ୍ରମ ହୋଇ ଥିବାରୁ ସାଧାରଣ ଜନତା ଆଦୌ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଗୁଜବରେ ବିଶ୍ୱାସ କରିବା ନାହିଁ କିମ୍ବା ପ୍ରସାର କରିବା ନାହିଁ ବୋଲି ଶ୍ରୀ ବେହେରା ଅନୁରୋଧ କରିଛନ୍ତି।ଏହି ବୈଠକରେ ଅତିରିକ୍ତ ଏସ ପି ସୁଶୀଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଡିଆଇବି ଅତିରିକ୍ତ ଏସ ପି ଦେବୀ ଶଙ୍କର ପ୍ରତାପ, ସିଡିଏମଓ ଡା ରୂପଭାନୁ ମିଶ୍ର,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସୁରକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!