ଯୁଦ୍ଧର ଆଶଂକା ଥିବାରୁ ଛୁଟିରେ ଯାଇଥିବା ସମସ୍ତ ସୈନିକ ଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି

(AKN NEWS): ଯୁଦ୍ଧର ଆଶଂକା ଥିବାରୁ ଛୁଟିରେ ଯାଇଥିବା ସମସ୍ତ ସୈନିକ ଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ଭାରତର ବୀର ସୈନିକମାନେ ବିନା ରିଜର୍ବେଶନରେ ନିଜ ନିଜ ବାଟାଲିୟନର ମୁଖ୍ୟାଳୟକୁ ଫେରୁଛନ୍ତି। ଆପଣମାନେ ଟ୍ରେନ୍ ରେ ଯାତ୍ରା କରୁଥିବା ସମୟରେ ଯଦି କୌଣସି ସୈନିକଙ୍କୁ ବାଥରୁମ ପାଖରେ, ଟ୍ରେନ୍ ର ଗେଟ୍ ପାଖରେ କିମ୍ବା ଭିଡ଼ଭାଡ ସ୍ଥାନରେ ଛିଡ଼ା ହୋଇ ଯାତ୍ରା କରୁଥିବାର ଦେଖନ୍ତି ତେବେ ତୁରନ୍ତ ସେମାନଙ୍କୁ ସସମ୍ମାନେ ନିଜ ସିଟ୍ ରେ ବସିବାକୁ କୁହନ୍ତୁ।
ଯଦି ରାସ୍ତାରେ କୈାଣସି ସୈନିକଙ୍କୁ ଚାଲି ଚାଲି ଯାଉଥିବାର ଦେଖନ୍ତି ତେବେ ନିଜର ଗାଡ଼ି ଅଟକାଇ ସେମାନଙ୍କୁ ନିଜ ଗାଡିରେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚେଷ୍ଟା କରନ୍ତୁ। ଭାରତର ବୀର ସୈନିକ ଆମର ତଥା ଆମ ମାତୃଭୂମିର ସୁରକ୍ଷା ପାଇଁ ହସି ହସି ନିଜ ଜୀବନ ତ୍ୟାଗ କରୁଛନ୍ତି, ସେମାନଙ୍କ ପାଇଁ ପ୍ରତି ଭରପୁର ଆଦର ସମ୍ମାନ ରଖନ୍ତୁ।ସେମାନେ ଆମର ରକ୍ଷକ । ସେମାନେ ଆମର ରାଷ୍ଟ୍ର ରକ୍ଷକ.
ବ୍ୟୁରୋ ରିପୋର୍ଟ AKN NEWS


